କନକ ବ୍ୟୁରୋ : ପଞ୍ଜାବ କିଙ୍ଗସ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ବଡ଼ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଆସିଛି ଋଷଭ ପନ୍ଥଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ।
ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୬୬ ରନ୍ କରିବାକୁ ସମର୍ଥ ହୋଇଥିଲା ପଞ୍ଜାବ । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୭.୪ ବଲରେ ୩ଟି ୱିକେଟ୍ ହରାଇ ବିଜୟ ହାସଲ କରିନେଇଥିଲା । ଦିଲ୍ଲୀ ପକ୍ଷରୁ ଶିଖର ଧଓ୍ବନ ୬୯ ରନ, ପୃଥ୍ବୀ ସ’ ୩୯ ରନ କରିଥିଲେ । ସେହିପରି ଷ୍ଟିଭେନ ସ୍ମିଥ ୨୪ ରନ ଓ ଋଷଭ ପନ୍ତ ୧୪ ରନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/delhi.png)