ଦିଲ୍ଲୀର ଦମଦାର ବିଜୟ । କୋଲକାତାକୁ ୭ ୱିକେଟରେ ହରାଇଲା ପନ୍ତ ବାହିନୀ । ପୃଥ୍ୱୀ ସଙ୍କ ଧୂଆଁଧାର ୮୨ ରନର ଇଂନିସ ।

102

କନକ ବ୍ୟୁରୋ: ପୃଥ୍ୱୀ ସଙ୍କ ଧୂଆଁଧାର ଇଂନିସ ବଳରେ ଆଜି କେକେଆରକୁ ମାତ୍ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ୭ ୱିକେଟରେ ମୋର୍ଗାନବାହିନୀକୁ ପରାସ୍ତ କରିଛି । ଏଥିସହ ଦଳ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ।ଆଜି କୋଲାକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୪ ରନ୍ କରିଥିଲା । ଦଳ ପକ୍ଷରୁ ଶୁଭମନ ଗିଲ୍ ୪୩, ରସେଲ ୪୫ ରନର ଧୂଆଁଧାର ଇଂନିସ ଖେଳିଥିଲେ । ଯାହାପରେ ଦିଲ୍ଲୀକୁ ୨୦ ଓଭରରେ ୧୫୫ ରନର ଟାର୍ଗେଟ ମିଳିଥିଲା । ଏହାପରେ ଦିଲ୍ଲୀ ପକ୍ଷରୁ ଧାୱନ-ପୃଥ୍ୱୀ ଯୋଡି ଶତକୀୟ ପାର୍ଟନରସିପ୍ ଗଢିବା ସହିତ ପୃଥ୍ୱୀ ୪୧ ବଲରୁ ୮୨ ରନ୍ ମାରିଥିଲେ । ଶିଖର ମଧ୍ୟ ୪୭ ବଲରୁ ୪୬ ରନ୍ କରିଥିଲେ । ଏହାପରେ ଦଳ ମାତ୍ର ୩ ୱିକେଟ୍ ହରାଇ ମ୍ୟାଚକୁ ଜିତି ନେଇଛି ।