ଆପଣ ସୁନା ଭେଣ୍ଡି ହେଲେ କହିବ କାହାକୁ ? ୮ ଜଣ ପୋଲିସ୍ କର୍ମଚାରୀଙ୍କ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟାର୍ ପାଖକୁ ପୂର୍ବରୁ ଯାଇଥିଲା ଫୋନକଲ୍ । ସତର୍କ ରହିବାକୁ ଥାନାରୁ କରାଯାଇଥିଲା ଫୋନ୍ ।

2,458

ବର୍ତ୍ତମାନ ଦେଶର ଚର୍ଚ୍ଚିତ ଖବରରେ କାନପୁର ଏନକାଉଣ୍ଟର ରହିଛି । କିଭଳି ମାଓବାଦୀଙ୍କ ଭଳି ଗ୍ୟାଙ୍ଗଷ୍ଟାର ପୋଲିସ୍ ବିଭାଗର ୮ ଜଣ ପୋଲିସକର୍ମୀ ଦୟନୀୟ ଅବସ୍ଥାରେ ମାରିଛି ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ତେବେ ଏ ଭିତରେ ଶନିବାର ଗ୍ୟାଙ୍ଗଷ୍ଟାର୍ ବିକାଶ ଦୁବେର ଜଣେ ସାଥୀ ଦୟାଶଙ୍କର ଅଗ୍ନିହୋତ୍ରୀକୁ ଗିରଫ କରିଛି କାନପୁର ପୋଲିସ୍ । ସମାଚାର ଏଜେନ୍ସି ଏଏନଆଇ ମୁତାବକ , ଦୟାଶଙ୍କର ପୋଲିସକୁ କହିଛି ଯେ , ଗିରଫ କରିବାକୁ ଯିବା ପୂର୍ବରୁ ଥାନାରୁ ହିଁ ଗ୍ୟାଙ୍ଗଷ୍ଟାର୍ ପାଖକୁ ଖବର ଯାଇଥିଲା । ଏହାପରେ ବିକାଶ ୨୫ ରୁ ୩୦ ଜଣ ଲୋକଙ୍କୁ ଫୋନ୍ କରି ଘରକୁ ଡ଼ାକିଥିଲା । ପୋଲିସକର୍ମୀ ଘରେ ପହଁଚିବା ପରେ ଗ୍ୟାଙ୍ଗଷ୍ଟାର୍ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା । ଦୟାଶଙ୍କର କହିବାନୁସାରେ , ଏନକାଉଣ୍ଟର ସମୟରେ ସେ ଘର ଭିତରେ ଥିବା କାରଣରୁ ସେ ଅଧିକ କିଛି ଦେଖିନାହିଁ । ଆପଣଙ୍କୁ କହିରଖୁଛୁ , କାନପୁରର ଚୋବେପୁର ଏନକାଉଣ୍ଟରରେ ୮ ଜଣ ପୋଲିସ୍ କର୍ମୀଙ୍କୁ ଅତି ଦୟନୀୟ ଭାବେ ଅଭିଯୁକ୍ତ ବିକାଶ ଦୁବେ ମାରିଥିଲା । ଏପର୍ଯ୍ୟନ୍ତ ଗ୍ୟାଙ୍ଗଷ୍ଟାରକୁ ପୋଲିସ୍ ଖୋଜିବାରେ ଅସଫଳ ରହିଥିଲେ ବି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ଲାଗିପଡ଼ିଛି କାନପୁର ପୋଲିସ୍ । ଗ୍ୟାଙ୍ଗଷ୍ଟାରକୁ ଖୋଜୁଛି ପୋଲିସର ସ୍ପେଶାଲ୍ ଟିମ୍ । ଏବେ ଥାନାରୁ ଖବର ଲିକ୍ ହୋଇଥିବା ଘଟଣା ଜାଣିବା ପରେ ପୋଲିସ୍ ଆକ୍ସନ୍ ମୋଡ଼କୁ ଚାଲିଆସିଛି । କ’ଣ ଥାନାରୁ କେହି ଗ୍ୟାଙ୍ଗଷ୍ଟାରକୁ ପୋଲିସ୍ ମୁଭମେଣ୍ଟ୍ ର ଖବର ଦେଇଥିଲା? ଏହି ପ୍ରଶ୍ନକୁ ନେଇ ଏବେ ଖୋଳତାଡ଼ ଆରମ୍ଭ କରୁଛି ପୋଲିସ୍ । ଚୋବେପୁର୍ ଥାନା ଇନଚାର୍ଜ ବିନୟ ତିୱାରୀଙ୍କୁ ଘଟଣାସ୍ଥଳରୁ ପଳାୟନ କରିଥିବାକୁ ନେଇ ପୂର୍ବରୁ ନିଲମ୍ବିତ କରାଯାଇଛି ।

କାନପୁର ଜୋନ୍ ଆଇଜି ମୋହିତ୍ ଅଗ୍ରୱାଲ୍ ଗଣମାଧ୍ୟମକୁ କହିଛନ୍ତିି ଯେ , ଚୋବେପୁର ଥାନାର ସବୁ କର୍ମଚାରୀଙ୍କ କଲ୍ ରେକର୍ଡ ଜାଞ୍ଚ୍ କରାଯାଉଛି । ଯଦି କେହି ପୋଲିସ୍ କର୍ମଚାରୀ ଏଥିରେ ଧରାପଡ଼ିଲେ ତେବେ ତାଙ୍କ ବିରୁଦ୍ଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୁଲିସ୍ ଦ୍ୱାରା ବିକାଶ ଦୁବେର ଘର ଭଙ୍ଗାଯିବାକୁ ନେଇ ଗ୍ରାମବାସୀଙ୍କ ମତରେ ଦୁବେ ଗୁଣ୍ଡାଗିରି କରି ଗରିବ ଲୋକଙ୍କ ଜମି ଉପରେ ଅକ୍ତିଆର କରି ଘର ତିଆରି କରିଥିଲା । ଗାଁରେ ଦୁବେର ଘରକୁ ଅପରାଧର ଗଡ଼ ବୋଲି କୁହାଯାଉଥିଲା । ଏଠାରେ ହତିଆର ତିଆରି ହେଉଥିଲା ଏବଂ ଘରର ଅଣ୍ଡର ଗ୍ରାଉଣ୍ଡରେ ବଙ୍କର୍ ପ୍ରସ୍ତୁତ ହେଉଥିଲା ।