ଦୟା ନଦୀରେ ଚାପ ଖେଳିଲେ ପ୍ରଭୁ ଗ୍ରାମେଶ୍ୱର । ମନୋରମ ଦୃଶ୍ୟ ଦେଖିବାକୁ ଲୋକାରଣ୍ୟ ନଦୀପଠା ।

66

କନକ ବ୍ୟୁରୋ: ଦୟା ନଦୀ ମଝିରେ ଡଙ୍ଗା ଉପରେ ବସି ଚାପ ଖେଳିଲେ ପ୍ରଭୁ ଗ୍ରାମେଶ୍ୱର । ଏହି ସୁନ୍ଦର ଦୃଶ୍ୟ ଦେଖିବାକୁ ନଦୀ କୂଳରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା । ପ୍ରଭୁଙ୍କ ନିକଟରେ ମାନସିକ କଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ସହ ସହ ବର୍ଷର ଏହି ପୁରୁଣା ପରମ୍ପରାକୁ ଲୋକେ ପାଳନ କରି ଆସୁଛନ୍ତି । ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ପୁରୀ ଜିଲ୍ଲା କଣାସ ବ୍ଲକ କଳାପଦର ଗାଁ । ଗ୍ରାମଦେବତା ପ୍ରଭୁ ଗ୍ରାମେଶ୍ୱରଙ୍କ ନିକଟରେ ମାନସିକଧାରୀ ନିଷ୍ଠାର ସହ ବ୍ରତ ପାଳନ କରିବା ପରେ ଉଦଯାପନୀ ଦିବସ ପାଳିତ ହୋଇଥାଏ ।