ରାଜଧାନୀରେ ଡଟ୍ ଫେଷ୍ଟର ୫ମ ସନ୍ଧ୍ୟା । ମନମୋହିଲା ହରିପ୍ରସାଦଙ୍କ ବଂଶୀ ସ୍ୱର, ଛିଡା ହୋଇ ଚୌଉରାସିଆଙ୍କୁ ସମ୍ମାନ ଜଣାଇଲେ ଦର୍ଶକ

102

କନକ ବ୍ୟୁରୋ : ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀ ବାଦନରେ ସ୍ତବ୍ଧ ହେଲା ପରିବେଶ । ଶାସ୍ତ୍ରୀୟ ସଙ୍ଗୀତର ଯାଦୁ ସୃଷ୍ଟି କରିଛି ଡଟ୍ ଫେଷ୍ଟ୍ର ୫ମ ସନ୍ଧ୍ୟା । ଶେଷରେ ରଙ୍ଗବତୀ ଗୀତର ତାଳରେ ଝୁମିଛନ୍ତି ଦର୍ଶକ । ଗୁରୁବାର ଡଟ ଫେଷ୍ଟର ପଞ୍ଚମ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ରହିଥିଲା ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କର ବଂଶୀ ବାଦନ ।

ଯୁଗଳବନ୍ଦୀରେ ତାଙ୍କ ସହ ଭାରତୀୟ ସଙ୍ଗୀତଜ୍ଞ ଓସ୍ତାଦ ତୌଫିକ କ୍ୟୁରେସି, ଓଜାସ୍ ଆଧିୟାଙ୍କ ସମେତ ଅନ୍ତର୍ଜାତୀୟ ବାଦ୍ୟଯନ୍ତ୍ର ପ୍ରଦର୍ଶନକାରୀ ଲୁଇସ ବ୍ୟାଙ୍କସ ପ୍ରମୁଖ ବାଦ୍ୟ ଯନ୍ତ୍ର ପରିବେଷଣ କରିଥିଲେ । ଶେଷରେ କେନ୍ଦ୍ର ସଂଗୀତ ପୁରସ୍କାର ପ୍ରାପ୍ତ କଣ୍ଠଶିଳ୍ପୀ ସୁସ୍ମିତା ଦାଶ ମଂଚକୁ ଓହ୍ଲାଇ ଶିବ ତାଣ୍ଡବ ସାଙ୍ଗକୁ ସମୁଦୀ ଗୋ ଭଳି ଲୋକଗୀତ ମଧ୍ୟ ଗାଇଥିଲେ ।