ଆଜିଠୁ ଉପକୂଳ ଓଡିଶାରେ ବଢିବ ଦିନର ତାପମାତ୍ରା । ଆସନ୍ତା ୬ ଦିନ ଯାଏଁ ଦିନର ତାପମାତ୍ରା ୩ ଡିଗ୍ରୀ ବଢିବ । ୬ଟି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା

ଆଜିଠୁ ଉପକୂଳ ଓଡିଶାରେ ବଢିବ ଦିନର ତାପମାତ୍ରା । ଆସନ୍ତା ୬ ଦିନ ଯାଏଁ ଦିନର ତାପମାତ୍ରା ୩ ଡିଗ୍ରୀ ବଢିବ । ୬ଟି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା

କନକ ବ୍ୟୁରୋ: ଆଜିଠୁ ଉପକୂଳ ଓଡିଶାରେ ଦିନର ତାପମାତ୍ରା ବଢିବ । ପାଣିପାଗ କେନ୍ଦ୍ରର ସୂଚନା, ଆସନ୍ତା ୬ ଦିନ ଯାଏଁ ଦିନର ତାପମାତ୍ରା ୩ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା । ଦିନର ସର୍ବନିମ୍ନ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇ ମାର୍ଚ୍ଚ ୫ ତାରିଖ ସୁଦ୍ଧା ୩ ଡିଗ୍ରୀ ବଢିପାରେ । ତେବେ ମାର୍ଚ୍ଚ ୩ରେ ପାଗ ଆଂଶିକ ମେଘୁଆ ସହ ବର୍ଷାର ସମ୍ଭାବନା ରହିଛି । ତେଣୁ ୩ ଓ ୪ ତାରିଖରେ ତାପମାତ୍ରା ସାମାନ୍ୟ କମିବା ସମ୍ଭାବନା ରହିଛି । ସେହିପରି ଆସନ୍ତା ଉପକୂଳ ଅଞ୍ଚଳରେ ୨ ଦିନ ପର୍ଯ୍ୟନ୍ତ କୁହୁଡି ଦେଖା ଦେବ । ଅନ୍ୟପଟେ ଆଜିଠୁ ୬ଟି ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe