କନକ ବ୍ୟୁରୋ : ଦେଶରେ ଗତ ଏକ ବର୍ଷ ହେବ ଅଦ୍ଭୁତ ପାଣିପାଗ ଦେଖିବାକୁ ମିଳୁଛି । ସବୁଠି ହଠାତ ତାପମାତ୍ରାରେ ଆଶ୍ଚର୍ୟ୍ୟଜନକ ପରିବର୍ତ୍ତନ ଦେଖାଦେଇଛି । ଅତ୍ୟଧିକ ଗରମ, ଶୀତ, ବର୍ଷା ଯୋଗୁଁ ପାଣିପାଗରେ ସନ୍ତୁଳନ ରହୁନି । ଦେଶର ବିଭିନ୍ନ ଭାଗରେ ତାପମାତ୍ର ରେକର୍ଡ ଭାଙ୍ଗୁଥିବାବେଳେ ଏବେ ଲେହ ଲଦାଖ ମଧ୍ୟ ବାଦ ପଡିନି । ମଙ୍ଗଳବାର ଲେହର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲିସୟସ ରେକର୍ଡ କରାଯାଇଛି । ଯାହାର ତାଜା ଉଦାହରଣ ଦେଖିବାକୁ ମିଳିଛି ଯେଉଁଠି ଆକସ୍ମିକ ଭାବରେ ବଢିବାରେ ଲଗିଛି ତାପମାତ୍ରା । ଯେଉଁଥିପାଇଁ ହିମାଳୟର ବରଫଖଣ୍ଡ ତରଳିବାରେ ଲାଗିଲାଣି । ଏହାର ଚିତ୍ର ଏବେ ପାଣିପାଗ ବିଶେଷଜ୍ଞଙ୍କୁ ଚିନ୍ତିତ କରିଛି ।
ପ୍ରବଳ ଉତ୍ତାପ ଯୋଗୁଁ ନଦୀ, ନାଳ ଓ ହ୍ରଦ ଶୁଖିଲା ପଡିଛି । ସେପଟେ ଅଧିକ ତାପମାତ୍ରର ପାଇଁ ଉଡିପାରୁନି ବିମାନ । ଏଥିସହ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ପଡିଛି। । ସୋମବାର ପ୍ରବଳ ଉତ୍ତାପ ହେତୁ ଲେ ବିମାନ ବନ୍ଦରକୁ ବନ୍ଦ କରିବାକୁ ପଡିଛି ।ବାରମ୍ବାର ବିମାନ ଚଳାଚଳ ସମସ୍ୟାରେ ପଡିବା ପରେ ୩ଦିନ ପାଇଁ ଲେହ ବିମାନବନ୍ଦରକୁ ବନ୍ଦ ରଖାଯାଇଥିଲା ।
ସେପଟେ କାଶ୍ମୀରରେ ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଛି। ସୋମବାର ଦିନ, ଶ୍ରୀନଗରର ସର୍ବନିମ୍ନ ତାପମାତ୍ରା ୨୪.୮ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି। ଯାହାକି ଏହାର ୧୩୨ ବର୍ଷ ଇତିହାସରେ ଦ୍ୱିତୀୟ ରେକର୍ଡ ତାପମାତ୍ରା। କାଶ୍ମୀରର ଲୋକଙ୍କୁ ଅଧିକ ପାଣି ପିଇବାକୁ ଏବଂ କାର୍ୟ୍ୟକଳାପକୁ ସୀମିତ ରଖିବାକୁ ସ୍ୱାସ୍ଥ୍ୟ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।