କନକ ବ୍ୟୁରୋ : ରାଜ୍ୟରେ ଦିନବେଳା ହୋଇପାରେ କର୍ଫ୍ୟୁ! ଆଗାମୀ ୪ରୁ ୫ ଦିନ ମଧ୍ୟରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ । କରୋନା ପୁଣିଥରେ କାୟା ମେଲାଉଥିବା ବେଳେ କିଛି ଏଭଳି ସଂକେତ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।  ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏନେଇ ତର୍ଜମା କରୁଛନ୍ତି ବୋଲି କହିଛନ୍ତି ସୂର୍ଯ୍ୟ ।

Advertisment

କରୋନାର ଦ୍ୱିତୀୟ ଲହର ଚିନ୍ତା ବଢାଇଛି । ବିଭିନ୍ନ ରାଜ୍ୟରେ ଏହା କାୟା ମେଲାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଧୀରେ ଧୀରେ କରୋନା ସଂକ୍ରମଣ ବଢିବାରେ ଲାଗିଲାଣି । ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଆସନ୍ତା କାଲିଠାରୁ ଲାଗୁ ହେବାକୁ ଥିବା ବେଳେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ କର୍ଫ୍ୟୁ ଲାଗୁ ହୋଇପାରେ ବୋଲି କହିଛନ୍ତି ସୂର୍ଯ୍ୟ । ତେଣୁ ଏଭଳି ସ୍ଥିତିରେ ସାଧାରଣ ଲୋକେ ସଂକ୍ରମଣର ଗୁରୁତ୍ୱକୁ ବୁଝିବା ସହ ସମସ୍ତ ପ୍ରକାର କୋଭିଡ ଗାଇଡଲାଇନ ମାନିବା ଆବଶ୍ୟକ ବୋଲି କହିଛନ୍ତି ସୂର୍ଯ୍ୟ ।