କାଶ୍ମୀରରେ ସେନାର ଅପରେସନ୍ ଅଲଆଉଟ୍ ଆଗରେ ବଡ ସମସ୍ୟା ପଥରବାଜି । ବିଚ୍ଛିନ୍ନତାବାଦୀଙ୍କ ଇସାରାରେ ପଥର ଫିଙ୍ଗୁଛନ୍ତି ଯୁବକ

341

କନକ ବ୍ୟୁରୋ: ସେନାର ଅପରେସନ୍ ଅଲଆଉଟ୍ ଆଗରେ ବଡ ସମସ୍ୟା ହୋଇ ରହିଛି ପଥରବାଜି । ଘାଟିରେ ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ସେନା ଉପରକୁ ପଥର ମାଡ କରୁଥିବା ଯୁବକ । କୁହାଯାଉଛି ବିଚ୍ଛିନ୍ନତାବାଦୀ ନେତାଙ୍କ ଇସାରାରରେ ଘାଟିରେ ଏଭଳି ପଥରମାଡ ହେଉଛି । ସେନାର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଜିହାଦୀ ଗୋଷ୍ଠୀଙ୍କୁ ସହାୟତା କରୁଛନ୍ତି ଏହି ପଥରବାଜ୍ ।

ଏ ଚିତ୍ର ସୋମବାର ପୁଲୱାମାରେ ସେନାର ବଡଧରଣ ଅପରେସନ୍ ପରର । ଜୈସ-ଏ-ମହମ୍ମଦର ଟପ୍ କମାଣ୍ଡର ଗାଜି ରସିଦକୁ ସେନା ହତ୍ୟା କରିବା ପରେ ଏହିଭଳି ରାସ୍ତାକୁ ବାହାରି ଆସିଥିଲେ ବିଚ୍ଛିନ୍ନତାବାଦୀ ସମର୍ଥକ । ଭାରତୀୟ ସେନା ବିରୋଧରେ ନାରାବାଜି କରିବା ସହ ଆରମ୍ଭ କରିଦେଇଥିଲେ ପରଥମାଡ । ହେଲେ ଏଭଳି ନକରିବା ପାଇଁ ବାରମ୍ବାର ଅନୁରୋଧ କରୁଥିଲା ସ୍ଥାନୀୟ ପୋଲିସ । ଘାଟିରେ ଶାନ୍ତି ବଜାୟ ରଖିବା ସହ ସେନାକୁ ତା କାମ କରିବାକୁ ଦେବାଲାଗି ବାରମ୍ବାର ଅପିଲ କରୁଥିଲା ।

ହେଲେ ଅପରପାଶ୍ୱର୍ରେ ଲୁଚିରହି ସେନା ଓ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ କରୁଥିଲେ ଶହଶହ ଯୁବକ । ଘାଟିରେ ଏଭଳି ଚିତ୍ର ବାରମ୍ବାର ଦେଖିବାକୁ ମିଳିଛି । ବିଶେଷ କରି ଆତଙ୍କବାଦୀ କିମ୍ବା ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ କୌଣସି ଅପରେସନ୍ ପରେ ଏଭଳି ରାସ୍ତାକୁ ବାହାରି ଆସନ୍ତି ଜିହାଦି ସମର୍ଥକ । ଏହିସବୁ କାଣ୍ଡ ପାଇଁ ଏମାନଙ୍କୁ ପାକିସ୍ତାନ ଓ ଚୀନର ଆର୍ଥିକ ସହଯୋଗ ରହିଥିବା ମଧ୍ୟ ବାରମ୍ବାର ଅଭିଯୋଗ ହୋଇଆସୁଛି । ଅର୍ଥାତ ଟଙ୍କା ନେଇ ସେନା ଉପରକୁ ଟେକା ପଥର ମାଡ କରିଥାନ୍ତି ସ୍ଥାନୀୟ ଯୁବକ । କୁହାଯାଉଛି ଘାଟିରେ ଜୈସର ଟପ୍ କମାଣ୍ଡର ବୁରହାନ ୱାନୀକୁ ସେନା ହତ୍ୟା କରିବା ପରେ ଏଭଳି ପଥରମାଡର ମାତ୍ରା ବଢିଯାଇଛି । ସେନାକୁ ବିରୋଧ କରିବା ଲାଗି ଯୁବକମାନେ ହାତରେ ଟେକା ପଥର ଧରି ରାସ୍ତାକୁ ଚାଲି ଆସୁଛନ୍ତି । ଯବାନଙ୍କ ଉପରକୁ ଟେକାମାଡ କରି ଅପରେସନରେ ବାଧା ସୃଷ୍ଟି କରୁଛନ୍ତି ।

ଘାଟିରେ ପଥରମାଡକୁ ନିୟନ୍ତ୍ରଣ କରିବା ସେନା ଓ ସୁରକ୍ଷାକର୍ମୀଙ୍କ ପାଇଁ ବଡ ସମସ୍ୟା ହୋଇ ରହିଆସିଛି । ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବଜୋରରେ ଭାଇରାଲ ହୋଇଥିଲା । କାରଣ ପଥରମାଡରୁ ବର୍ତିବା ପାଇଁ ଜଣେ ସ୍ଥାନୀୟ ଯୁବକକୁ ଜିପ ଆଗରେ ବାନ୍ଧି ଦେଇଥିଲେ ସେନାର ମେଜର । ଏକ ନିର୍ବାଚନ ବୁଥରେ ଅପରେସନ ଚଳାଇଥିବା ସେନାକୁ ଚାରିପଟୁ ଘେରିଯାଇଥିଲେ ପଥର ମରାଳି । ଆଉ ସେହି ଭିଡ ଭିତରୁ ନିଜକୁ ରକ୍ଷା କରିବା ପାଇଁ ଏହିଭଳି ରାସ୍ତା ବାହାର କରିଥିଲେ ମେଜର ଲୋଟୁଲ ଗୋଗୋଇ । ଆସାମର ଏହି ସେନା ଅଧିକାରୀଙ୍କ କାଣ୍ଡ ପାଇଁ ବିରୋଧୀ ଜୋରଦାର ସମାଲୋଚନା କରିଥିଲେ । ଏଭଲି କାଣ୍ଡକୁ ଅମାନବୀୟ କହି ନିନ୍ଦା କରିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ସେହି ଅଫିସରଙ୍କୁ ପୁଣି ଆର୍ମି ଚିଫ କମେଣ୍ଡେସନ୍ କାର୍ଡ ସମ୍ମାନରେ ସମ୍ମାନିତ କରାଯାଇଥିଲା ।