କନକ ବ୍ୟୁରୋ : ୨୦୨୪ ଲଢେଇର ରୂପରେଖ କିଭଳି ହେବ ତାର ନୀଳ ନକ୍ସା ଆଙ୍କିବାକୁ ବେଙ୍ଗଳୁରୁରେ ଏକାଠି ହୋଇଛନ୍ତି ମୋଦୀ ବିରୋଧୀ । ବହୁ ବାଦ ବିବାଦ ପରେ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି କଂଗ୍ରେସ ଓ ଆମ ଆଦମୀ ପାର୍ଟି । ଦିଲ୍ଲୀ ସରକାରଙ୍କ କ୍ଷମତା ସଙ୍କୁଚିତ କରିବାକୁ କେନ୍ଦ୍ରର ଅଧ୍ୟାଦେଶ ନେଇ, ଦୁଇ ଦଳ ଭିତରେ ମତଭେଦ ରହିଥିଲା ।

Advertisment

କୁହାଯାଉଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟସ୍ଥତାରେ ଏହି ମତାନ୍ତର ଦୂର ହୋଇଛି । ସୋମବାର ରାତିରେ ଡିନର ଡିପ୍ଲୋମାସି ପରେ ମଙ୍ଗଳବାର ଶକ୍ତି ପ୍ରଦର୍ଶନ କରଉଛନ୍ତି ବିଜେପି ଓ ମୋଦୀ ବିରେଧୀ । ସେପଟେ ଦିଲ୍ଲୀରେ ଏକାଠି ହୋଇଛନ୍ତି ଏନଡିଏ ମେଣ୍ଟ ସହଯୋଗୀ । ବିଜେପି ନେତୃତ୍ୱରେ କେମିତି ୨୦୨୪ ସାଧାରଣ ନିର୍ବାଚନ ବୈତରଣୀ ପାର ହେବେ ସେଥିପାଇଁ ରଣନୀତି ପ୍ରସ୍ତୁତ ହେବ ।

କହିବାକୁ ଗଲେ ବିରୋଧୀ ମେଣ୍ଟକୁ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ଅର୍ଥାତ ଆଗାମୀ ନିର୍ବାଚନରେ ଦୁଇଟି ଗୋଷ୍ଠୀ ମଧ୍ୟରେ ହେବ ମୁକାବିଲା । ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧୀନ ପାଟ୍ରିଓଟିକ ଡେମୋକ୍ରାଟିକ ଆଲାଏନ୍ସ । ହେଲେ ରୀଜନୀତି ସମୀକ୍ଷକଙ୍କ ମତରେ ବିଜେପି ୨୦୨୪ରେ ବିଜୟୀ ହେବା ସହ ମୋଦୀ ପୁଣି କ୍ଷମତାକୁ ଫେରିପାରନ୍ତି ।

ହିନ୍ଦୀ ଭାଷାଭାଷି ରାଜ୍ୟ

- ହିନ୍ଦି ଭାଷାଭାଷି ଅଂଚଳରେ ପ୍ରାୟ ୨୧୮ ସିଟ୍ ରହିଛି
- ୨୦୧୯ରେ ବିଜେପି ୧୯୬ଟି ଆସନ ଜିତିଥିଲା
- ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷତି ହୋଇପାରେ
- ୨୦୨୪ରେ ବିଜେପି ୧୫୦ ସିଟ୍ ପାଇବାକୁ ସକ୍ଷମ ହୋଇପାରେ

ଅଣହିନ୍ଦୀ ଭାଷାଭାଷି ରାଜ୍ୟ

- ଅଣହିନ୍ଦୀ ଭାଷାଭାଷି ଅଂଚଳରେ ଅଛି ପ୍ରାୟ ୧୫୦ ସିଟ୍
- ମହାରାଷ୍ଟ୍ର, ଗୁଜରାଟ୍, ପଶ୍ଚିମବଙ୍ଗ, ଓଡି଼ଶା ଓ ପଞ୍ଜାବ
- ୨୦୧୯ରେ ଏସବୁ ରାଜ୍ୟରୁ ୮୦ଟି ଜିତିଥିଲା ବିଜେପି
- ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ କ୍ଷତି ସତ୍ୱେ ୬୦ରୁ ଖସିବନି ବିଜେପି
- ଅବଶ୍ୟ ଏସବୁ ରାଜ୍ୟରେ ମେଂଟ ସହଯୋଗୀଙ୍କ ଆବଶ୍ୟକ ପଡ଼ିବ

ଦକ୍ଷିଣ ଭାରତୀୟ ରାଜ୍ୟ

- ଦକ୍ଷିଣ ଭାରତରେ ଅଛି ମୋଟ୍ ୧୩୦ ଆସନ
- ୨୦୧୯ରେ ବିଜେପି ୩୧ଟି ଆସନ ଜିତି ପାରିଥିଲା
- କର୍ଣ୍ଣାଟକରେ ବିଜେପିକୁ ବଡ଼ ବିପର୍ଯ୍ୟୟ ହୋଇପାରେ
- ଅନ୍ୟ ୪ ରାଜ୍ୟରୁ ୩୧ ଆସନ କାଏମ ରଖିପାରେ ବିଜେପି

ଅନ୍ୟାନ୍ୟ ରାଜ୍ୟ

- ଦିଲ୍ଲୀ, ଜାମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଂଚଳରୁ ୨୯ଟି ସିଟ୍ ଜିତିଥିଲା ବିଜେପି
- ଏସବୁ ରାଜ୍ୟରେ ବିଜେପି ୨୦୨୪ରେ ପୁଣି ଭଲ ପ୍ରଦର୍ଶନ କରିପାରେ