ଶ୍ରୀଦେବୀଙ୍କ ମୃତ୍ୟୁ ପଛର ଗୁମର ଫିଟୁଛି ! ସନ୍ଦେହ ଘେରରେ ରହିଛି ଏହି କୁଖ୍ୟାତ ଡନ୍ ।

32

ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୁତ୍ୟୁକୁ ଗତ ୨୫ ତାରିଖରେ ୩ ମାସ ପୂରି ଯାଇଛି। ଶ୍ରୀଦେବୀଙ୍କ ଅକାଳ ବିୟୋଗ ଜନିତ ଦୁଃଖରୁ ବଲିଉଡ୍ ଏଯାବତ୍ ସଂପୂର୍ଣ୍ଣ ରୂପେ ମୁକୁଳି ପାରିନାହିଁ। ଏପରିସ୍ଥିତିରେ ଶ୍ରୀଦେବୀଙ୍କ ମୁତ୍ୟୁକୁ କେନ୍ଦ୍ର କରି ବିଭିନ୍ନ ପ୍ରକାରର ରହସ୍ୟଜନକ କଥା ସବୁ ଶୁଣିବାକୁ ମିଳୁଛି। ଦିଲ୍ଲୀ ପୁଲିସର ଏସିପି ଭାବେ କାର୍ୟ୍ୟକରି ଅବସର ଗ୍ରହଣ ପରେ ନିଜର ଏକ ଘରୋଇ ଅନୁସନ୍ଧାନ ସଂସ୍ଥା ଖୋଲିଥିବା ବରିଷ୍ଠ ଆଇପିଏସ୍ ବେଦ ଭୂଷଣ ଶ୍ରୀଦେବୀଙ୍କ ମୁତ୍ୟୁକୁ ଏକ ‘ଆକସ୍ମିକ ଭାବେ ପାଣିରେ ବୁଡ଼ି ଯାଇ ଦୁର୍ଘଟଣା ଜନିତ ମୁତ୍ୟୁ’ ନୁହେଁ ବରଂ ଏକ ‘ସୁପରିକଳ୍ପିତ ହତ୍ୟାକାଣ୍ଡ’ ବୋଲି ଅତ୍ୟନ୍ତ ଦୃଢ଼ତାର ସହ କହିଛନ୍ତି। ଶ୍ରୀଦେବୀଙ୍କ ମୁତ୍ୟୁ ପଛରେ ଅଣ୍ଡରଓ୍ଵାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ହାତ ରହିଛି ଏବଂ ଶ୍ରୀଦେବୀଙ୍କ ମୁତ୍ୟୁର କାରଣ ହେଉଛି ତାଙ୍କ ନାମରେ ଥିବା ୨୪୦ କୋଟିର ବୀମା ରାଶି ବୋଲି ଦାବି କରିଛନ୍ତି ବେଦ ଭୂଷଣ।ଶ୍ରୀବେଦୀଙ୍କ ମୁତ୍ୟୁ ରହସ୍ୟ ସଂପର୍କରେ ଅନୁସନ୍ଧାନ କରିବାକୁ ଦୁବାଇ ଯାଇ ଫେରିବା ପରେ ବେଦ ଭୂଷଣ ଶ୍ରୀଦେବୀଙ୍କ ମୁତ୍ୟୁ ସହ ଯୋଡ଼ି ହୋଇ ରହିଥିବା ଅନେକ କଥା ଏବେ ଲୋକଲୋଚନକୁ ଆଣିଛନ୍ତି। ଯେଉଁଗୁଡ଼ିକ ସଂପର୍କରେ ପୂର୍ବରୁ ସମସ୍ତେ ଅଜ୍ଞ ଥିଲେ। ବେଦ ଭୂଷଣ ତାଙ୍କର ଦୁବାଇ ଗସ୍ତ କାଳରେ ଦୁବାଇର ସେଇ ଜୁମେରା ଏମିରେଟ୍ ଟାଓ୍ଵାର ହୋଟେଲରେ ଅବସ୍ଥାନ କରିଥିଲେ; ଯେଉଁ ହୋଟେଲରେ କି ଶ୍ରୀଦେବୀଙ୍କ ମୁତ୍ୟୁ ଘଟିଥିଲା। ଦେବ ଭୂଷଣ କହିଛନ୍ତି ଯେ ଦୁବାଇର ଯେଉଁ ଜୁମେରା ଏମିରେଟ୍ ଟାଓ୍ଵାର ହୋଟେଲରେ ଶ୍ରୀଦେବୀଙ୍କ ମୁତ୍ୟୁ ଘଟିଲା, ସେ ହୋଟେଲର ମାଲିକ ହେଉଛନ୍ତି ଅଣ୍ଡରଓ୍ଵାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍। ପୁଣି ଶ୍ରୀଦେବୀଙ୍କ ନାମରେ ୨୪୦ କୋଟିର ଏକ ଜୀବନ ବୀମା ଓମାନର ଏକ ବୀମା କମ୍ପାନିରେ କରାଯାଇଥିଲା। ଏହି ବୀମାର ସର୍ତ୍ତ ଥିଲା ଶ୍ରଦେବୀ ଯଦି ଦୁବାଇରେ ମୁତ୍ୟୁବରଣ କରନ୍ତି ତେବେ ତାଙ୍କ ନିକଟ ସଂପର୍କୀୟମାନଙ୍କୁ ଏହି ୨୪୦ କୋଟିର ବୀମା ରାଶି ମିଳିବ। ତେଣୁ, ଶ୍ରୀଦେବୀଙ୍କୁ ବେଶ୍ ସୁଚିନ୍ତିତ ଓ ସୁପରିକଳ୍ପିତ ଭାବେ ଦୁବାଇରେ ହତ୍ୟା କରାଯାଇଛି ଏବଂ ଶ୍ରୀବେଦୀଙ୍କ ମୁତ୍ୟୁ ପଛରେ ଅଣ୍ଡରଓ୍ଵାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ର ହାତ ରହିଛି ବୋଲି କହିଛନ୍ତି ବେଦ ଭୂଷଣ। ଦୁବାଇ ରାଜ ପରିବାର ସହ ଅଣ୍ଡରଓ୍ଵାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ର ବେଶ ଘନିଷ୍ଠ ସଂପର୍କ ରହିଛି। ଦୁବାଇ ପୁଲିସ୍ ରାଜ ପରିବାରର ନିର୍ଦ୍ଦେଶ ଅନୁଯାୟୀ କାର୍ୟ୍ୟ କରେ। ସେଥିପାଇଁ ଅଣ୍ଡରଓ୍ଵାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ରାଜ ପରିବାରର ଚାପ ଦୁବାଇ ପୁଲିସ୍ ଉପରେ ପକାଇ ତଦନ୍ତକୁ ଦିଗହରା କରାଇବା ସହ ତଥ୍ୟ ପ୍ରମାଣକୁ ମଧ୍ୟ ନଷ୍ଟ କରିବାକୁ ଉଦ୍ୟମ କରିଛି।ଏସବୁ କଥା ସେ ମନରୁ କହୁ ନାହାନ୍ତି। ଏସବୁର ତଥ୍ୟ ପ୍ରମାଣ ତାଙ୍କ ନିକଟରେ ମହଜୁଦ୍ ଅଛି। ସେଥିପାଇଁ ସେ ଖୁବ୍ଶୀଘ୍ର ସୁପ୍ରିମ୍ କୋର୍ଟରେ ଏକ ଯାଚିକା ଆଗତ କରି ଶ୍ରୀଦେବୀଙ୍କ ମୁତ୍ୟୁ ରହସ୍ୟର ଉନ୍ମୋଚନ ପାଇଁ ପୁନଃ ତଦନ୍ତ ନିର୍ଦ୍ଦେଶ ଦେବାକୁ ଆବେଦନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।