ପାକିସ୍ତାନରୁ ଭାରତ ବିରୋଧୀ ଷଡ଼ଯନ୍ତ୍ର ରଚୁଛି ଦାଉଦ ଇବ୍ରାହିମ୍ । ଦେଶର ପ୍ରମୁଖ ସହରରେ ବିସ୍ଫୋରଣ ପାଇଁ ହୋଇଥିଲା ଷଡ଼ଯନ୍ତ୍ର । 

313

କନକ ବ୍ୟୁରୋ : ପାକିସ୍ତାନରେ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି ଆତଙ୍କବାଦୀ ଦାଉଦ ଇବ୍ରାହିମ୍  । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଛତ୍ରଛାୟା ତଳେ ଲୁଚିବସିଥିବା ଡି-କମ୍ପାନୀର ମାଲିକ ଦାଉଦ ଭାରତରେ ବିସ୍ଫୋରଣ ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର କରୁଛି । ମଙ୍ଗଳବାର ୬ ଜଣ ଆତଙ୍କବାଦୀ ଧରାପଡ଼ିବା ପରେ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗିରଫ ହୋଇଥିବା ଆତଙ୍କୀଙ୍କ ମଧ୍ୟରେ ୨ ଜଣ ପାକିସ୍ତାନ ଯାଇ ପ୍ରଶିକ୍ଷଣ ନେଇଥିଲେ । ଡି-କମ୍ପାନୀର ଲୋକ ସେମାନଙ୍କୁ ପାକିସ୍ତାନରେ ପହଞ୍ଚାଇବା ସହ ପ୍ରଶିକ୍ଷଣ ନେବା ନେଇ ସବୁକଥା ବୁଝିଥିଲେ  ।

ଷଡ଼ଯନ୍ତ୍ର ରଚୁଛି ଡି-କମ୍ପାନୀ । ପାକିସ୍ତାନରୁ ଭାରତ ବିରୋଧୀ ଷଡ଼ଯନ୍ତ୍ର ରଚୁଛି ଦାଉଦ । ଦିଲ୍ଲୀ ପୋଲିସ୍ ଦ୍ୱାରା ମଙ୍ଗଳବାର ୬ ଜଣ ଆତଙ୍କବାଦୀ ଗିରଫ ହୋଇଥିବା ବେଳେ ଦାଉଦ ଇବ୍ରାହିମର ଲିଙ୍କ ଥିବା ସାମ୍ନାକୁ ଆସିଛି । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ଡି-କମ୍ପାନୀ ଭାରତରେ ଆତଙ୍କୀ କାଣ୍ଡ କରିବାକୁ ଷଡ଼ଯନ୍ତ୍ର କରିଥିଲା ବୋଲି ଜଣାପଡ଼ିଛି ।

ପାକିସ୍ତାନରେ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି ଆତଙ୍କବାଦୀ ଦାଉଦ ଇବ୍ରାହିମ୍ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଏବେ ହାତବାରିସି ସାଜିଛି ଡି-କମ୍ପାନୀର ମାଲିକ ଦାଉଦ । ଦିଲ୍ଲୀ ପୋଲିସ୍ ଦ୍ୱାରା ୬ ଆତଙ୍କବାଦୀ ଗିରଫ ହେବା ପରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏହି ଆତଙ୍କବାଦୀମାନେ ଦେଶର ବିଭିନ୍ନ ଜାଗାରେ ବିସ୍ଫୋରଣ ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିଲେ । ଏମାନଙ୍କ ଠାରୁ ବହୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ୬ ଜଣଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ମହାରାଷ୍ଟ୍ରରୁ ଗିରଫ ହୋଇଛନ୍ତି । ମୁମ୍ବାଇର ଧରାବିରୁ ଗିରଫ ହୋଇଥିବା ଏହି ଆତଙ୍କୀର ଡି-କମ୍ପାନୀ ସହ ଲିଙ୍କ ରହିଛି ।

ଗିରଫ ହୋଇଥିବା ଆତଙ୍କୀଙ୍କ ମଧ୍ୟରେ ୨ ଜଣ ପାକିସ୍ତାନ ଯାଇ ପ୍ରଶିକ୍ଷଣ ନେଇଥିଲେ  । ଡି-କମ୍ପାନୀର ଲୋକ ସେମାନଙ୍କୁ ପାକିସ୍ତାନରେ ପହଞ୍ଚାଇବା ସହ ପ୍ରଶିକ୍ଷଣ ନେବା ନେଇ ସବୁକଥା ବୁଝିଥିଲେ । ଏହାସହ ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ପ୍ରଶିକ୍ଷଣ ପରେ ଭାରତକୁ ପଠାଇଥିଲେ । ଦାଉଦର ସାନ ଭାଇ ଅନୀସ୍ ଏମାନଙ୍କୁ ପରିଚାଳନା କରୁଥିଲା । ଯୋଜନା ପ୍ରସ୍ତୁତି, ପରିଚାଳନା, ଆବଶ୍ୟକ ଉପକରଣ ଯୋଗାଇବା ଦାୟିତ୍ୱ ନ୍ୟସ୍ତ ଥିଲା ଅନୀସ ଉପରେ । ହାୱାଲା ଚ୍ୟାନେଲ ମାଧ୍ୟମରେ ଆତଙ୍କୀଙ୍କ ପାଖରେ ଅର୍ଥ ଓ ଅସ୍ତ୍ରଶସ୍ତ୍ର ପହଞ୍ଚାଇବାର ଯୋଜନା କରିଥିଲା ଡି-କମ୍ପାନୀ  । ହେଲେ ସୁରକ୍ଷାକର୍ମୀଙ୍କ ଆଗୁଆ ଓ ସତର୍କ ପଦକ୍ଷେପ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଦେଇଛି  ।

୧୯୯୨ ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଅଭିଯୋଗୀ ହେଉଛି ଡି-କମ୍ପାନୀର ମାଲିକ ଦାଉଦ ଇବ୍ରାହିମ୍ । ଭାରତୀୟ ସୁରକ୍ଷା କର୍ମୀଙ୍କ ଭୟରେ ସେ ପାକିସ୍ତାନ ପଳାଇଥିଲା, ସେବେଠାରୁ ସେଠାରେ ରହୁଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଦାଉଦକୁ ବ୍ୟବହାର କରି ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ଷଡ଼ଯନ୍ତ୍ର ରଚିଚାଲିଛି ।