କନକ ବ୍ୟୁରୋ: ଏବେ ଆକ୍ସନ ମୋଡକୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ବଡ ଭାଇ ଇକବାଲ କାସକରଙ୍କୁ ଗିରଫ କରିଛି ଇଡି । ଥାନେ କୋର୍ଟରେ ଆବେଦନ ମଂଜୁର ହେବା ପରେ ଡି- ଗ୍ରୁପ ଚଳାଉଥିବା ଦାଉଦର ବିଭିନ୍ନ ବ୍ୟବସାୟିକ ପେଣ୍ଠ ଏବଂ ତା’ର ସମ୍ପର୍କୀୟଙ୍କ ଘରେ ଚଢଉ ଆରମ୍ଭ କରିଥିଲା ଇଡି । ପ୍ରଥମେ ଦାଉଦର ଭଉଣୀ ହସିନା ବିବିଙ୍କ ମୁମ୍ବାଇ ସ୍ଥିତ ଘରେ ରେଡ୍ କରିବା ପରେ ଆଜି ତାଙ୍କ ବଡ ଭାଇକୁ ଗିରଫ କରିଛି ଇଡି ।
ଦାଉଦ ବିରୋଧରେ ମୋର୍ଚ୍ଚା ଖୋଲିବା ପରେ ଇଡି ଅବଶ୍ୟତା ଅନୁସାରେ ରେଡ୍ କରିବା ସହ ଆବଶ୍ୟକ ସ୍ଥଳେ ଗିରଫ କରିବାକୁ କୋର୍ଟରେ ଆବେଦନ କରିଥିଲା । ଏହାକୁ କୋର୍ଟ ମଂଜୁରୀ ଦେଇଥିଲେ । କାରଣ ଦାଉଦ ଓ ତାର ସଂହଯୋଗୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ସମସ୍ତ ଅପରାଧିକ ମାମଲାର ଯାଞ୍ଚ ପାଇଁ ଏହା ନିହାତି ଜରୁରୀ ଥିଲା । ଗିରଫ ପରେ ଇକବାଲ କାସକରଙ୍କୁ ମୁମ୍ବାଇର ପିଏମଏଲଏ କୋର୍ଟରେ ହାଜର କରାଯିବ । ଏଠାରୁ ଇଡି ଅଧିକାରୀ ତାଙ୍କୁ ରିମାଣ୍ଡରେ ନେବାକୁ ଦାବି ରଖିବେ ବୋଲି ସୂଚନା ରହିଛି ।
ସୂଚନା ମୁତାବକ, କାସକର ଭାଇ ଦାଉଦ ସହ ମିଶି ଡି – ଗ୍ରୁପ ଗ୍ୟାଙ୍ଗ ଚଳାଉଥିବା ଅଭିଯୋଗ ହୋଇଛି । କାସକର ଦାଉଦର ମୁମ୍ବାଇ ଗ୍ରୁପର ଦାୟିତ୍ୱରେ ଥିଲା । ଏହାସହ ତାଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ମଧ୍ୟ ରହିଛି ।
Follow Us