କନକ ବ୍ୟୁରୋ : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି । ପୁଟିନଙ୍କୁ ଏକଛତ୍ରବାଦ ଶାସକ କହିବା ସହ ସେ ଜୀବିତ ଅଛନ୍ତି ନା ନାହିଁ, ତାକୁ ନେଇ ପ୍ରଶ୍ନ କରିଛନ୍ତି ଜେଲେନସ୍କି । ଡାଭୋସରେ ଆୟୋଜିତ ୱାର୍ଲ୍ଡ ଇକୋନୋମୀ ଫୋରମରେ ଯୋଗଦେଇ ଜେଲେନସ୍କି ଏହି କଥା କହିଛନ୍ତି । ବୈଠକରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଶାନ୍ତି ଆଲୋଚନା ନେଇ ପ୍ରଶ୍ନ କରାଯାଇଥିଲା । ଜବାବରେ କହିଥିଲେ ଯେ ସେ ଏ ବିଷୟରେ କାହା ସହ କଥା ହେବେ । ରୁଷ୍ ରାଷ୍ଟ୍ରପତି କେବେ କେତେ କ୍ରୋମାରେ ଦେଖା ଦିଅନ୍ତି । ବାସ୍ତବରେ ସେ ପୁଟିନ୍ ନା ଆଉ କିଏ, ତାକୁ ନେଇ କଟାକ୍ଷ କରିଛନ୍ତି ଜେଲେନସ୍କି । କ୍ରୋମାରେ ଏକ ଭିଜୁଆଲ୍ ଇଫେକ୍ଟ ଟେକ୍ନୋଲୋଜି ରହିଛି, ଯାହାର ବ୍ୟବହାର ଭିଡିଓର ବ୍ୟାକଗ୍ରାଉଣ୍ଡକୁ ବଦଳାଇବା ପାଇଁ କରାଯାଇଥାଏ ।

Advertisment

କେତେଙ୍କ ମତରେ ପୁଟିନ୍ ଏହାକୁ ତାଙ୍କ ଟେଲିଭିଜନ୍ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରୁଛନ୍ତି । ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ସେ ସୁରକ୍ଷିତ ସ୍ଥାନରେ ଥିବା ସ୍ଥାନଗୁଡ଼ିକୁ ପରିଦର୍ଶନ କରୁଥିବା ଭଳି ମନେ ହେଉଛି । ଜେଲେନସ୍କି ଦୃଢ଼ତାର ସହ କହିଛନ୍ତି, ୟୁକ୍ରେନ କୁଟନୀତି ମାଧ୍ୟମରେ ନିଜ ଅଂଚଳକୁ ମୁକ୍ତ କରିବା ପାଇଁ ସବୁ ପ୍ରୟାସ କରିଛି, କିନ୍ତୁ ଏହା ଫଳପ୍ରଦ ହୋଇନାହିଁ । ଏହାକୁ ଉଭୟ ପକ୍ଷ ଦ୍ୱାରା ମାନ୍ୟତା ମିଳିବା ଦରକାର ବୋଲି ଜେଲେନସ୍କି କହିଛନ୍ତି ।