କନକ ବ୍ୟୁରୋ: ଅଷ୍ଟ୍ରେଲିଆର ଆଗଧାଡିର ଓପନର ଡେଭିଡ୍ ୱାର୍ଣ୍ଣରଙ୍କ ପାଇଁ ଚଳିତ ଆଇପିଏଲ୍ ସେତେଟା ଭଲ ହୋଇନି । ଖରାପ ଫର୍ମ କାରଣରୁ ତାଙ୍କୁ ହାଇଦ୍ରାବାଦ ଦଳର ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନଥିବାବେଳେ, ଅଧିକାଂଶ ମ୍ୟାଚରେ ତାଙ୍କୁ ବେଞ୍ଚରେ ବସିବାକୁ ପଡିଛି । ଆଉ ଏହାପରେ ଶୁକ୍ରବାର ଡେଭିଡ୍ ୱାର୍ଣ୍ଣର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏପରି କିଛି କଥା ଲେଖିଛନ୍ତି, ଯେଉଁଥିରୁ ସଙ୍କେତ ମିଳୁଛି ଯେ ସେ ସନରାଇଜର୍ସ ହାଇଦ୍ରାବାଦକୁ ଅଲବିଦା କହୁଛନ୍ତି ।
ଇନଷ୍ଟାଗ୍ରାମରେ ଡେଭିଡ୍ ୱାର୍ଣ୍ଣର ଲେଖିଛନ୍ତି, “ଯେତିକି ସ୍ମୃତି ତିଆରି ହୋଇଛି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ସବୁ ଫ୍ୟାନ୍ସମାନଙ୍କୁ ମଧ୍ୟ ଧନ୍ୟବାଦ, ଯେଉଁମାନେ ଆମ ଟିମକୁ ଶତ ପ୍ରତିଶତ ସପୋର୍ଟ କରିଛନ୍ତି । ଯେଉଁମାନେ ମୋତେ ସବୁବେଳେ ସପୋର୍ଟ କରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଦେବାକୁ ମୋ ପାଖରେ ଶବ୍ଦ ନାହିଁ । ଏ ଯାତ୍ରା ଶାନଦାର ଥିଲା । ମୋ ପରିବାର ଓ ମୁଁ ଆପଣଙ୍କୁ ମିସ୍ କରିବୁ ।”
View this post on Instagram
ୱାର୍ଣ୍ଣରଙ୍କ ଏହି ପୋଷ୍ଟ ପରେ ଏବେ ସେ ହାଇଦ୍ରାବାଦ ଦଳକୁ ବାଏ ବାଏ କହୁଥିବା ସଙ୍କେତ ମିଳୁଛି । ତେବେ ଏନେଇ ସେ କୌଣସି ବିଧିବଦ୍ଧ ଘୋଷଣା କରିନାହାଁନ୍ତି । ସୂଚନାଯୋଗ୍ୟ ଯେ, ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ଡେଭିଡଙ୍କ ଫର୍ମ ସେତେଟା ଠିକ୍ ନାହିଁ । ତେଣୁ ତାଙ୍କୁ ହାଇଦ୍ରାବାଦ ଦଳର ଚୂଡାନ୍ତ ଏକାଦଶରେ ମଧ୍ୟ ସ୍ଥାନ ମିଳିପାରୁନଥିଲା । ଅଧିକାଂଶ ମ୍ୟାଚରେ ସେ ବେଞ୍ଚ ବସି ମ୍ୟାଚକୁ ଉପଭୋଗ କରୁଥିଲେ । ଅନ୍ୟପଟେ ଆଗାମୀ ବର୍ଷ ଆଇପିଏଲରେ ଦୁଇଟି ନୂଆ ଟିମ ସାମିଲ ହେବାକୁ ଯାଉଛି । ଏପରି ସ୍ଥଳେ ୱାର୍ଣ୍ଣରଙ୍କୁ କୌଣସି ନୂଆ ଟିମରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/668673-warner-srh.jpg)