ଅଧିନାୟକ ପଦରୁ ହଟିବା ପରେ ଚୂଡାନ୍ତ ଏକାଦଶରୁ ବି ବାଦ୍ ପଡିଲେ ୱାର୍ଣ୍ଣର । ରାଜସ୍ଥାନ ବିପକ୍ଷ ମ୍ୟାଚରେ ବେଞ୍ଚରେ ବସିଲେ ଡେଭିଡ୍ ୱାର୍ଣ୍ଣର ।

289

କନକ ବ୍ୟୁରୋ: ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପଦରୁ ହଟିବା ପରେ ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରୁ ମଧ୍ୟ ବାଦ୍ ପଡିଛନ୍ତି ଭେଟେରାନ୍ ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ୍ ୱାର୍ଣ୍ଣର । ନୂଆ ଅଧିନାୟକ କେନ୍ ୱିଲିୟମସନ୍ ତାଙ୍କୁ ନିଜର ଚୂଡାନ୍ତ ଏକାଦଶରେ ସାମିଲ କରିନାହାନ୍ତି । ଆଜି ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ନିଜର ମ୍ୟାଚ୍ ଖେଳୁଛି । ଯେଉଁଥିରେ ଅଧିନାୟକ ଭାର ସମ୍ଭାଳୁଛନ୍ତି କେନ୍ ୱିଲିୟମସନ୍ ।

ଦଳ ୬ଟି ମ୍ୟାଚରୁ ମାତ୍ର ଗୋଟିଏରେ ବିଜୟୀ ହୋଇ ଏବେ ପଏଣ୍ଟ ଟେବୁଲର ଶେଷରେ ରହିଛି । ଯେଉଁଥିପାଇଁ ଦଳ ନିଜର ଅଧିନାୟକ ପରିବର୍ତ୍ତନ କରିଥିଲା । ଏବେ କେନ୍ ୱିଲିୟମସନ୍ ଦଳର ନୂଆ ନେତୃତ୍ୱ ନେଉଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦଳରେ ବେୟରେଷ୍ଟୋ, ମନିଷ ପାଣ୍ଡେ, କେନ୍ ୱିଲିୟମସନ୍, କେଦାର ଯାଦବ, ମହମ୍ମଦ ନବି, ଅବଦୁଲ ସମଦ, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା ଓ ଖଲିଲ ଅହମ୍ମଦ ଅଛନ୍ତି । ହାଇଦ୍ରାବାଦର ଅଧିନାୟକ ୱାର୍ଣ୍ଣରଙ୍କୁ ଏହି ମ୍ୟାଚରେ ବାଦ୍ ଦେଇଛନ୍ତି ।