ବ୍ୟାନ୍ ପରେ ୱାର୍ଣ୍ଣରଙ୍କ ଦମଦାର କମବ୍ୟାକ୍ । ତୃତୀୟ ଥର ପାଇଁ ଆଇପିଏଲରେ ହେଲେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ହାତେଇଲେ ଅରେଞ୍ଜ କ୍ୟାପ୍ ।

117

କନକ ବ୍ୟୁରୋ : ଶେଷ ହୋଇଛି ଆଇପିଏଲ ୨୦୧୯ର ଯାତ୍ରା । ଫାଇନାଲ ଫାଇଟର ରୋମାଞ୍ଚକର ମ୍ୟାଚରେ ଚେନ୍ନାଇକୁ ଚିତ୍ କରି ଚତୁର୍ଥ ଥର ପାଇଁ ଆଇପିଏଲ୍ ଟ୍ରଫି ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଚଳିତ ଆଇପିଏଲରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ଆୱାର୍ଡ ହାତେଇଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ୍ ୱାର୍ନର ।

ବଲ୍ ଟ୍ୟାମ୍ପରିଂ ମାମଲାରେ ୧ ବର୍ଷ ଧରି ବାସନ୍ଦ ହେବା ପରେ ଚଳିତଥର ଜବରଦସ୍ତ କମବ୍ୟାକ୍ କରିଛନ୍ତି ଡେଭିଡ୍ ୱାର୍ନର । ପ୍ରଥମରୁ ହିଁ ଆକ୍ରମଣାତ୍ମକ ସଟ୍ ଖେଳି ମ୍ୟାଚ୍ ଆରମ୍ଭ କରୁଥିବାରୁ ପ୍ରତିପକ୍ଷ ଦଳଙ୍କୁ ଅନେକ ଥର ଚିନ୍ତାରେ ପକାଇଛନ୍ତି । ୱାର୍ନର ଚଳିତ ସିଜିନରେ ମାତ୍ର ୧୨ଟି ମ୍ୟାଚ ଖେଳିଥିବା ବେଳେ ୬୯.୨୦ ହାର ରେ ୬୯୨ ରନ୍ କରି କରି ହାତେଇଛନ୍ତି ଓରେଞ୍ଜ କ୍ୟାପ୍ । ତେବେ ଚଳିତ ଆଇପିଏଲରେ ସେ ମୋଟ୍ ୮ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ମାରିଛନ୍ତି । ଲିଗ୍ ପର୍ଯ୍ୟାୟରେ ଆଉ ଶେଷ ଦୁଇଟି ମ୍ୟାଚ୍ ବାକି ରହିଥିବା ବେଳେ ବିଶ୍ୱକପ୍ ଅଭ୍ୟାସ ପାଇଁ ସ୍ୱଦେଶ ଫେରିଯାଇଥିଲେ ଡେଭିଡ୍ ୱାର୍ନର ।