କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବାସନ୍ଦ ହେବା ପରେ ଜବରଦସ୍ତ କମବ୍ୟାକ୍ କରିଛନ୍ତି ଡେଭିଡ୍ ୱାର୍ନର । ଆଜି ଆଇପିଏଲରେ ଖେଳାଯାଉଥିବା କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଏହି ଅଷ୍ଟ୍ରେଲୀୟ ଖେଳାଳୀ । ରିପୋର୍ଟ ଲେଖାଯିବା ସମୟ ପର୍ଯ୍ୟନ୍ତ ୱାର୍ନର, ଅର୍ଦ୍ଧଶତକ ହାସଲ କରିସାରିଥିବା ବେଳେ ଶତକ ଆଡକୁ ଅଗ୍ରସର ହେଉଛନ୍ତି ।
ଐତିହାସିକ ଇଡେନ ଗାର୍ଡେନରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମରୁ ହିଁ ଦମଦାର ଖେଳ ଜାରି ରଖିଛି ସନ ରାଇଜର୍ସ ହାଇଦ୍ରାବାଦ । ଅସ୍ତ୍ରୋପଚାର କାରଣରୁ କେନ୍ ୱିଲିୟମସନ୍ ବିଶ୍ରାମ ନେଇଥିବା ବେଳେ, ତାଙ୍କ ସ୍ଥାନରେ ଆଜି ଅଧିନାୟକ ପଦ ସମ୍ଭାଳୁଛନ୍ତି ଭୁବନେଶ୍ୱର କୁମାର । ସୂଚନା ଅନୁଯାୟୀ, ବଲ ଟାମ୍ପରିଂ ମାମଲାରେ ଛନ୍ଦି ହୋଇ କ୍ରିକେଟରୁ ବାସନ୍ଦ ହୋଇଥିଲେ ଦୁଇ ଅଷ୍ଟ୍ରେଲୀୟ ଖେଳାଳୀ ଡେଭିଡ ୱାର୍ନର ଏବଂ ଷ୍ଟିଭ୍ ସ୍ମିଥ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/David-Warner-SRH.jpg)