ସ୍ୱାମୀଙ୍କ ଭୁଲକୁ ଲୁଚାଇଲେ ସ୍ତ୍ରୀ ! ବଲ ଟାମ୍ପରିିଂ ପାଇଁ ନିଜ ଉପରକୁ ଦୋଷ ନେଲେ ଡେଭିଡ ୱାର୍ଣ୍ଣରଙ୍କ ପତ୍ନୀ

Advertisment
ସ୍ୱାମୀଙ୍କ ଭୁଲକୁ ଲୁଚାଇଲେ ସ୍ତ୍ରୀ ! ବଲ ଟାମ୍ପରିିଂ ପାଇଁ ନିଜ ଉପରକୁ ଦୋଷ ନେଲେ ଡେଭିଡ ୱାର୍ଣ୍ଣରଙ୍କ ପତ୍ନୀ

Source:Deccan Chronicle

ଅଷ୍ଟ୍ରେଲିଆ କ୍ରିକେଟ ଦଳରୁ ବରଖାସ୍ତ ହେବା ପରେ ଉପ-ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କ ପତ୍ନୀ କେଣ୍ଡାଇସ କହିଲେ ଯେ ବଲ ଟାମ୍ପରିିଂ ପାଇଁ ସମକକ୍ଷ ଭାବରେ ସେ ମଧ୍ୟ ଦାୟୀ ଅଟନ୍ତି । ଦକ୍ଷିଣ ଆଫ୍ରିକାରେ ତାଙ୍କ ସ୍ୱାମୀଙ୍କୁ ଯେଉଁଭଳି ଲଜ୍ଜାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡିଛି ସେଥିପାଇଁ ତାଙ୍କୁ ଏହାର ବଡ ପାଉଣା ଦେବାକୁ ପଡିଛି ।

publive-image

ବଲର ୱାର୍ଣ୍ଣର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ସହ ତୃତୀୟ ଟେଷ୍ଟ ମ୍ୟାଚ ଖେଳୁଥିବା ସମୟରେ ବିରୋଧି ଦଳ ସହ ଧୋକାବାଜି କରୁଥିବା ନେଇ ୱାର୍ଣ୍ଣରଙ୍କୁ କ୍ରିକେଟରୁ ୧ ବର୍ଷ ପଯ୍ୟନ୍ତ ବାସନ୍ଦ କରିଦିଆଗଲା । ସିଡନୀରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସେ ସମସ୍ତଙ୍କ ସାମ୍ନାରେ କାନ୍ଦି ପକାଇଥିଲେ । ଏହି ସମୟରେ ସେ କହିଥିଲେ, “ମୋତେ ଏମିତି ଲାଗୁଛି ଯେ ପୁନର୍ବାର ମୁଁ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଖେଳି ପାରିବିନି ।” ଏହି ସମୟରେ ପତ୍ନୀ କେଣ୍ଡାଇସ ମଧ୍ୟ ତାଙ୍କ ପାଖରେ ଥିଲେ ଏବଂ ଏସବୁ ପାଇଁ ନିଜକୁ ସମାନ ଭାବେ ଦାୟୀ କହିଥିଲେ ।

publive-image

ପ୍ରଥମ ଟେଷ୍ଟ ସିରିଜ ପୂର୍ବରୁ ହିଁ ଦୁଇଦଳ ମଧ୍ୟରେ ସଂବନ୍ଧ ଖରାପ ହେବା ଦେଖାଯାଇଥିଲା । ପ୍ରଥମ ମ୍ୟାଚରେ ୱାର୍ଣ୍ଣର ଏବଂ କ୍ୱିଣ୍ଟନଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେତେବେଳେ ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ଦକ୍ଷିଣ ଆଫ୍ରିକା ୱିକେଟ କିପରି ଅପଶବ୍ଦ ବ୍ୟବହାରକୁ ନେଇ ଝଗଡା ଦେଖାଦେଇଥିଲା । ଦକ୍ଷିଣ ଆଫ୍ରିକାର ଦୁଇଜଣ ବରିଷ୍ଠ ଖେଳାଳୀ ମଧ୍ୟ ସେହି ତିନିଜଣ ଲୋକଙ୍କ ସହ ଫଟୋ ଉଠାଇଥିଲେ ଯେଉଁମାନେ ସୋନି ୱିଲ ୱିଲିୟମ୍ସଙ୍କ ମୁଖା ପିନ୍ଧିଥିଲେ । ମିଡିଆ ରିପୋର୍ଟ ଅନୁସାରେ ପୂର୍ବରୁ କେଣ୍ଡାଇସଙ୍କ ସହ ସୋନିଙ୍କ ନାଁ ଯୋଡା ଯାଇଥିଲା । ଏହି ଦୁଃଖଦ ସମୟରେ ବହୁ କଷ୍ଟର ସହ ସେ ନିଜ କୋହକୁ ଲୁଚାଇରଖି ସ୍ୱାମୀଙ୍କୁ ସପୋର୍ଟ କରୁଥିଲେ ।

publive-image

କିନ୍ତୁ ଲୋକଙ୍କୁ ତାଙ୍କ ନାଁରେ ଅଶ୍ଲୀଳ କଥା କହିବା, ମାସ୍କ ପିନ୍ଧି ମଜା ଉଡାଇବା, ରାଗିଲା ଭଳି ଦେଖିବା ଆଦି ତାଙ୍କ ହୃଦୟକୁ ବ୍ୟାଘାତ କରିଛି । ସେ ଅଷ୍ଟ୍ରେଲିଆ ଅଧିବାସୀଙ୍କୁ ମଧ୍ୟ ସହାନୁଭୁତୀ ଏବଂ କ୍ଷମା ମାଗିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe