ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ ପ୍ରସଙ୍ଗ । ଭୁଲ୍ ମାଗିଲେ ଡେଭିଡ ୱାର୍ଣ୍ଣର ଓ ଟିମ୍ ପେନ୍ ।

210

କନକ ବ୍ୟୁରୋ : ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ଭାରତୀୟ ଖେଳାଳିଙ୍କ ନିକଟରେ ଭୁଲ୍ ମାଗିଛନ୍ତି ଡେଭିଡ ୱାର୍ଣ୍ଣର ଓ ଟିମ୍ ପେନ୍ । ତୃତୀୟ ଟେଷ୍ଟରେ ଭାରତୀୟ ଖେଳାଳିଙ୍କୁ ହୋଇଥିଲା ଜାତିଆଣ ଆକ୍ଷେପ ହୋଇଥିଲା । ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ପରେ ଘଟଣା ଚର୍ଚା ସୃଷ୍ଟି କରଥିଲା ।

ଗୁରୁବାର ଦିନ ଅନ୍ତିମ ସେସନ୍ ଖେଳ ସମୟରେ ଷ୍ଟାଡିୟମରୁ ଅଷ୍ଟ୍ରେଲିଆ ଫ୍ୟାନ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିଲେ । ମହମ୍ମଦ ସିରାଜ ଫିଲ୍ଡିଂ କରୁଥିବା ସମୟରେ ଏହାର ଶିକାର ବନିଥିଲେ । କ୍ୟାପଟେନ୍ ରାହାଣେଙ୍କୁ ଏହା ଜଣାଇବା ପରେ ଫିଲ୍ଡ ଅମ୍ପାୟାରଙ୍କ ନଜରକୁ ଅଣାଯାଇଥିଲା ଘଟଣା । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶୃଂଖଳିତ ଦର୍ଶକଙ୍କୁ ସୁରକ୍ଷାକର୍ମୀଙ୍କ ଜରିଆରେ ଗ୍ୟାଲେରୀରୁ ବାହାର କରିଦିଆଯାଇଥିଲା ।