ପୁଣି ନାବାଳିକା ନିର୍ଯ୍ୟାତନା… ସରମରେ ମୁଣ୍ଡ ନଇଁ ଯାଉଛି ! ସଇତାନ ସାଜିଲେ ସମ୍ପର୍କୀୟ ।

50

ସମାଜରେ ହଜିଯାଇଛି ରକ୍ତ ସମ୍ପର୍କର ମୂଲ୍ୟ। ଯିଏ ଦିନେ ଜନ୍ମ ଦେଇଥିଲେ ସିଏ ହିଁ ନେଇଗଲେ ଝିଅର ଇଜ୍ଜତ । ନିଜ ୧୦ ବର୍ଷୀୟ ଝିଅକୁ ବଳାତ୍କାର କରିଛନ୍ତି ବାପା । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଭୂବନେଶ୍ୱର କ୍ୟାପିଟାଲ ଥାନା ଆଦିବାସୀ ପଡିଆ ବସ୍ତି ଅଞ୍ଚଳରେ ।

୧୦ ବର୍ଷୀୟ ଝିଅଟିର ମା ଘରେ ନଥିବା ବେଳେ ସୋମବାର ରାତିରେ ବାପା ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା । ଆଉ ଏହା ପରେ ଝିଅକୁ ନିଜ ଶୋଇବା ଘରକୁ ଟେକି ନେଇ ବଳାତ୍କାର କରିଥିଲା । ଝିଅଟିର ମା ଘଟଣା ସମ୍ପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖିଛି ।

ସେପଟେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ବଚକା ଗାଁ ରେ ଘଟିଛି ଆଉ ଏକ ଲଜ୍ଜାଜନକ ଘଟଣା । ସମ୍ପର୍କୀୟ କକା ଦ୍ୱାରା ୮ ବର୍ଷର ଝିଆରୀ ଦୁଷ୍କର୍ମର ଶିକାର ହୋଇଛି । ୮ ବର୍ଷର ତୃତୀୟ ଶ୍ରେଣୀର ଛାତ୍ରୀ ଘରେ ଏକୁଟିଆ ରହିଥିବା ସୁଯୋଗ ପାଇ ନିକଟ ଜଙ୍ଗଲକୁ ଚାହାର ଫଳ ତୋଳିବାକୁ ଆଶା ଦେଖାଇ ନେଇ ଦୁଷ୍କର୍ମ କରିଥିବା ଛାତ୍ରୀ ଗତକାଲି ରାତିରେ ପରିବାରକୁ ଜଣାଇଥିଲେ ।

ଏ ନେଇ ପୀଡିତାଙ୍କ ବାପା ବିଶ୍ୱନାଥପୁର ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ୩୫ ବର୍ଷୀୟ ସନ୍ୟାସୀ ବିଭାରକୁ ପୋଲିସ ଅଟକ ରଖିଛି । ପୀଡିତାଙ୍କ ଡାକ୍ତରୀ ମାଇନା କରାଯିବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ।