ଯୌତୁକ ପ୍ରଥା ନେଇଗଲା ମା’ର ଜୀବନ ! ହତ୍ୟାର ଲୋମଟାଙ୍କୁରା ଦୃଶ୍ୟକୁ ଏସପିଙ୍କ ଆଗରେ ବଖାଣିଲା କୁନିଝିଅ ।

37

ଉତ୍ତରପ୍ରଦେଶ ହରଦୋଇ ବିଲଗ୍ରାମ କୋତବାଲି ଅଞ୍ଚଳରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି । ପ୍ରଥମେ ମହିଳାଙ୍କୁ ମାରପିଟ କରିବା ସହିତ ବିଷ ପିଆଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ତାଙ୍କ ଶାଶୁଘର ଲୋକ । ଏତିକିରେ ତାଙ୍କ ମନ ବୁଝିଲା ନାହିଁ ଯେ ସେ ମହିଳାଙ୍କ ଗଳା ଚିପି ହତ୍ୟା କରିଥିଲେ । ଏହାପରେ ଶବକୁ ଫ୍ୟାନରେ ଝୁଲାଇ ଦେଇଥିଲେ । ଏହି ଘଟଣା ସମ୍ପର୍କରେ ମୃତ ମହିଳାଙ୍କ ଝିଅ ପୁଲିସକୁ ଜଣାଇଥିଲା । ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଏସପି ଏହି ହତ୍ୟା ଘଟଣାକୁ ଦୃଢ଼ତାର ସହିତ ନେଇ ଝିଅକୁ ତାଙ୍କ ପାଖକୁ ଡକାଇଥିଲେ।ନିରୀହ ଝିଅ ଏସପିଙ୍କ ସମ୍ମୁଖରେ କାନ୍ଦିକାନ୍ଦି ମାଆକୁ କିପରି ହତ୍ୟା କରାଯାଇଥିଲା, ସମସ୍ତ କାହାଣୀକୁ ବଖାଣିଥିଲା । ଝିଅଠାରୁ ସମସ୍ତ କଥା ଶୁଣିବା ପରେ ଏସପି ଏହି ହତ୍ୟା ମାମଲାର କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଦେଶ ଦେଇଛନ୍ତି ।

ବିଲଗ୍ରାମ କୋତବାଲି ଅଞ୍ଚଳରେ ମୁହଲ୍ଲା ମଲକଣ୍ଠରେ ମହିଳାଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ମାନସିକ ସ୍ତରରେ ଦୁର୍ବଳ ଥାଇ ମହିଳା ଏଭଳି କାମ କରିଥିବା ଦର୍ଶାଇ ପୁଲିସ ମାମଲାକୁ ଦବାଇ ଦେଇଥିଲା । କିନ୍ତୁ ମୃତ ମହିଳାଙ୍କ ଝିଅର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଝିଅ ତାର ମାଆକୁ କିପରି ହତ୍ୟା କରାଯାଇଛି, ସେ ସମସ୍ତ ଘଟଣାକୁ ଟିକନିକ୍ କରି କହିଥିବାରୁ ଶୁଣିବାକୁ ମିଳିଥିଲା । ଏସପି ବିପିନ୍ ମିଶ୍ରା ଏହି ଭିଡିଓକୁ ଦେଖି ଝିଅକୁ ତାଙ୍କ ପାଖକୁ ଡକାଇଥିଲେ । ଝିଅ ଏସପିଙ୍କ ନିକଟରେ ମାଆକୁ କିପରି ହତ୍ୟା କରାଯାଇଛି ସେ ବିଷୟରେ ସମ୍ପୂର୍ଣ୍ଣ କାହାଣୀ କହିଥିଲା ।

ମଲକଣ୍ଠ ନିବାସୀ ରିୟାଜ ପୁତ୍ର ଲିୟାକତ ଏକ ଅଭିଯୋଗ ପତ୍ରରେ କହିଥିଲେ, ସେ ତାଙ୍କ ଭଉଣୀ ନୁରି ବାନୋଙ୍କ ବିବାହ ନଅବର୍ଷ ପୂର୍ବେ ଇମରାନଙ୍କ ସହିତ କରିଥିଲେ । ତାର ଶାଶୁଘର ଲୋକ ଯୌତୁକରେ ବାଇକ, ଚେନ୍ ଓ ଏକଲକ୍ଷ ଟଙ୍କା ଦାବି କରିଥିଲେ । ଏହା ଦେଇ ନପାରିବାରୁ ସେ ସବୁବେଳେ ଭଉଣୀକୁ ମାରଧର କରନ୍ତି । ମୋ ଭଉଣୀର ତିନିଟି ସନ୍ତାନ ଅଛି । ଭଉଣୀର ଝିଅ ଶାବି ତାର ବାପ, ଜେଜେବାପା ଓ ଜେଜେମାଆ ମାଆ ନୁରିକୁ ହତ୍ୟା କରୁଥିବା ସେ ଦେଖିଛି ବୋଲି କାନ୍ଦି କାନ୍ଦି କହିଥିଲା ।