ଜମି ପାଇଁ ବାବୁଙ୍କ ଦାଦାଗିରି ! ତହସିଲଦାରଙ୍କ ନାଁରେ ଜମି ହଡପ ଅଭିଯୋଗ ? ଦେଉଛନ୍ତି ମାରିଦେବାର ଧମକ...

Advertisment
ଜମି ପାଇଁ ବାବୁଙ୍କ ଦାଦାଗିରି ! ତହସିଲଦାରଙ୍କ ନାଁରେ ଜମି ହଡପ ଅଭିଯୋଗ ? ଦେଉଛନ୍ତି ମାରିଦେବାର ଧମକ...

କନକ ବ୍ୟୁରୋ: ହାତରେ କ୍ଷମତା ଅଛି ବୋଲି ଆଇନକୁ ନିଜ ଅକ୍ତିଆରରେ ରଖିବା କେତେ ଦୂର ଠିକ୍ ? ବାବୁ ପଣିଆର ଦବଦବା ଦେଖାଇବା କେତେ ଉଚିତ ? ଲୋକେ ସରକାରୀ ଅଧିକାରୀଙ୍କୁ ନିଜ ସମସ୍ୟା କୁହନ୍ତି, ସମାଧାନ ପାଇଁ । କିନ୍ତୁ ଖୋଦ୍ ସରକାରୀ ଅଧିକାରୀ ଯେବେ ସମସ୍ୟା ପାଲଟିଯାଆନ୍ତି, ସେବେ କିଏ ଦେବ ନ୍ୟାୟ ? ଏମିତି ଏକ ଘଟଣା ଆସିଛି କୋରାପୁଟରୁ ଯେଉଁଠି ଖୋଦ୍ ତହସିଲଦାରଙ୍କ ବିରୋଧରେ ଜମି ହଡପର ସାଙ୍ଘାତିକ ଅଭିଯୋଗ ଲାଗିଛି । ଜୋର୍ ଜବରଦସ୍ତ କରି ଡାବୁଗାଁ ତହସିଲଦାର ଜଣେ ବାପାମାଆ ଛେଉଣ୍ଡ ଅବିବାହିତ ଝିଅର ଜମି ହଡପ କରି ବେଆଇନ ଘର ନିର୍ମାଣ କରୁଥିବା ବେଳେ ପ୍ରତିବାଦ କଲେ ତହସିଲଦାର ମାରିଦେବାର ଧମକ ଦେଉଥିବା ଅଭିଯୋଗ ହୋଇଛି ।

ତେବେ କୋରାପୁଟ ଦଶମନ୍ତପୁରର ବାଘ କଲୋନୀରେ ତହସିଲଦାର କୃଷ୍ଣଚନ୍ଦ୍ର ଦାସ ବେଆଇନ ଘର ନିର୍ମାଣ କରୁଛନ୍ତି । ଯାହାକୁ ବିରୋଧ କରି ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଜମିର ଉତ୍ତରାଧିକାରୀ ପ୍ରମିତା ଖରା । ୫ ସେଣ୍ଟ ଜାଗାରୁ ୨ ସେଣ୍ଟ ଜାଗାରେ ଜୋର ଜବରଦସ୍ତି ଘର କରୁଥିବା ନେଇ ଥାନାରେ ଅଭିଯୋଗ ହେଲା ପରେ ବି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନାହିଁ ।

ପୋଲିସର ନିରବତା ଦେଖି ପ୍ରମିତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ତହସିଲଦାର । ସେ କୌଣସି ବେଆଇନ କାମ କରି ନାହାନ୍ତି ବରଂ ଜମିର ଉତ୍ତରାଧିକାରୀ ସେ ବୋଲି ତହସିଲଦାର ଦାବି କରିଛନ୍ତି । ୫ ସେଣ୍ଟ ଜାଗାର ପ୍ରକୃତ ଉତ୍ତରାଧିକାରୀ କିଏ ? ପ୍ରମିତା ନା କୃଷ୍ଣଚନ୍ଦ୍ର ? ଜମିକୁ ନେଇ ଲାଗି ରହିଥିବା ଏ ବିବାଦ କେବେ ସମାଧାନ ହେବ ? ଆଉ ପ୍ରଶାସନର ସଠିକ୍ ତଦନ୍ତ ପରେ ହିଁ ଜଣା ପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe