କନକ ବ୍ୟୁରୋ : ସର୍ବଭାରତୀୟ ସ୍ତରରେ ଆଇଟିଆଇ ପରୀକ୍ଷାରେ ବାଜି ମାରିଲେ ହୀରାକୁଦର ଝିଅ । ବାପା ଜଣେ ଅଟୋଚାଳକ ହୋଇଥିବାବେଳେ ଝିଅ ସାରା ଭାରତରେ ଏକ ନମ୍ବରରେ ହୋଇଛନ୍ତି । ପରିଶ୍ରମ ଆଗରେ ହାର ମାନିଛି ଅଭାବ ଅସୁବିଧା । ଆଉ ପୂରା ଦେଶରେ ଏକ ନମ୍ବର ସ୍ଥାନରେ ରହି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ ।

Advertisment

ସମ୍ବଲପୁର ହୀରାକୁଦ ଚକ୍ରବର୍ତୀପଡା ଅଂଚଳର ଅଟୋଚାଳକ ଥୋମାସ ବକଲି । ଅଟୋ ଚଳାଇ ଯାହା ରୋଜଗାର କରନ୍ତି ସେଥିରେ, ପରିବାର ଚଳାଇବା ସହ ପିଲାଙ୍କୁ ପାଠ ପଢାନ୍ତି । ଆଉ ବାପାଙ୍କ ପରିଶ୍ରମର ମୂଲ ବୁଝି ଶିକ୍ଷାକ୍ଷେତ୍ରରେ ନିଜର ଅଧ୍ୟବସାୟ ଜାରି ରଖନ୍ତି ଝିଅ ସାଗରିକା ବକଲି । ଯାହା ତାଙ୍କୁ ଆଜି ସାରା ଅଂଚଳରେ ଚର୍ଚ୍ଚିତ କରିଛି । ହୀରାକୁଦ ସରକାରୀ ଆଇଟିଆଇ କଲେଜରେ ଇଲେକ୍ଟ୍ରିସିଆନ ଟ୍ରେଡରେ ପଢୁଥିଲେ ସାଗରିକା । ଚଳିତ ବର୍ଷ ଆଇଟିଆଇ ପରୀକ୍ଷାରେ ୯୮% ମାର୍କ ରଖି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି ସାଗରିକା । ଝିଅର ସଫଳତାରେ ବାପା-ମାଆ ଯେତିକି ଖୁସି, କଲେଜ କର୍ତୃପକ୍ଷ ଓ ସ୍ଥାନୀୟ ଜନତା ।

ଏହି ଆଜବେଷ୍ଟ ଛପର ଛୋଟିଆ ଘରୁ ସଂଘର୍ଷ ଜାରି ରଖିଥିବା ସାଗରିକା ଆଗକୁ ଜଣେ ଇଂଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି ।