ତାମିଲନାଡୁର ପ୍ରାଣୀ ଚିକିତ୍ସା ଓ ବିଜ୍ଞାନ ସମ୍ମିଳନୀରେ ୧୮ ଟି ପଦକ ସହ ଡିଗ୍ରୀ ହାସଲ କରିଛନ୍ତି ବର୍ତ୍ତମାନ ଯୁଗରେ ଅସମ୍ଭବକୁ ସମ୍ଭବ କରିବା ପାଇଁ ବିଭିନ୍ନ ପରିସ୍ଥିତିକୁ ମୁକାବିଲା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ବନେଇବାରେ ସକ୍ଷମ ହେଉଛି ମଣିଷ । କେବଳ କଠୋର ପରିଶ୍ରମ ଓ ଆତ୍ମବିଶ୍ୱାସ ପାଇଁ ନିଜର ପରିଚୟ ବନେଇବାରେ ସଫଳ ହେଉଛନ୍ତି । ସେହିପରି ଜଣେ ଯୁବତୀ ଅତି ଗରିବ ପରିବାରରେ ଜନ୍ମ ହୋଇ ବି ଦୃଢ ଇଚ୍ଛାଶକ୍ତି ବଳରେ ୧୮ଟି ପଦକ ସହିତ ତାମିଲନାଡୁ ପଶୁ ଚିକିତ୍ସା ଓ ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିପାରିଛନ୍ତି । ଅନେକ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ୨୫ ବର୍ଷୀୟ ଜି. ଆନନ୍ଧୀ । ନିକଟରେ ସେ ତାମିଲନାଡୁ ରାଜ୍ୟପାଳ ବନବାରୀଲାଲ ପୁରୋହିତଙ୍କ ଠାରୁ ପଦକମାନ ହାସଲ କରିଛନ୍ତି । ପିତା ଟ୍ରକ ଡ୍ରାଇଭର ଭାବରେ ମାସକୁ ୫ହଜାର ଟଙ୍କା ରୋଜଗାର କରନ୍ତି । କିନ୍ତୁ କେବେହେଲେ ଝିଅର ପାଠପଢାରେ ବାଧାସୃଷ୍ଟି ହେବାକୁ ଦେଇ ନାହାନ୍ତି ।
କଷ୍ଟ କରି ଝିଅକୁ ପାଠ ପଢାଇଛନ୍ତି । ଯାହାର ଫଳ ସ୍ୱରୂପ ଝିଅ ଆଜି ବାପାଙ୍କ ସ୍ୱପ୍ନକୁ ସାକାର କରିପାରିଛି । ପରିବାର ପାଇଁ ସୁନାମ ଆଣିଦେଇଛନ୍ତି ଜି. ଆନନ୍ଦୀ । ଘର ତାମିଲନାଡୁର କାଳପନାକେନପଟ୍ଟି । ଜି. ଆନନ୍ଧୀଙ୍କ ପିଲାଦିନ ଅତି ଦୁଃଖ କଷ୍ଟରେ କଟିଛି । କିନ୍ତୁ ତାହ୍କ ପିତା ପଢିବା ପାଇଁ ପ୍ରେରଣା ଦେଇ ଆସିଥିଲେ । ଏହି ବାବଦରେ ଅନନ୍ଦୀ କହନ୍ତି, ତାଙ୍କ ପରିବା କୁକୁଡା ଓ ଛେଳିଙ୍କୁ ପାଳନ କରୁଥିଲା । କିନ୍ତୁ ହଠାତ୍ କେତେକ ଛେଳି ଓ କୁକୁଡା ରୋଗାଗ୍ରସ୍ତ ହୋଇ ମରିଯାଇଥିଲେ । ଯାହା ତାଙ୍କୁ ବିବ୍ରତ କରିଦେଇଥିଲା । ସେ ଏହି ଗୃହ ପାଳିତ ପଶୁଙ୍କୁ ବଞ୍ଚାଇ ପାରିବେ ବୋଲି ଚିନ୍ତା କରିଥିଲେ । ଏହା ହିଁ ପ୍ରେରଣା ପାଲଟିଥିଲା । ଏବଂ ୨୦୧୪ରେ ସେ ଚିକିତ୍ସା ବିଜ୍ଞାନ ପ୍ରତି ଆକର୍ଷିତ ହୋଇ ସେହି କ୍ଷେତ୍ରରେ ଅଧ୍ୟୟନ କରିଥିଲେ । ଏହା ମଧ୍ୟରେ ତାଙ୍କର ବିବାହ ହୋଇଯାଇଥିଲା । ତେବେ ଶ୍ରେଣୀରେ ସେ ଜଣେ ସଫଳ ଛାତ୍ରୀ ଭାବେ ପରିଚିତ । ସେ କ୍ଲାସକୁ ପାଠପଢି ଯିବା ବେଳେ ତାଙ୍କ ଶିଶୁ ପୁତ୍ରକୁ ମା ଓ ବାପାଙ୍କ ପାଖରେ ଛାଡି ଯାଉଥିଲେ । ସେମାନେ ତାଙ୍କ ଶିଶୁଟିର ଦେଖାଶୁଣା କରୁଥିଲେ । ଅନେକ ସମସ୍ୟା ଦେଇ ଗତି କରିଛନ୍ତି ଆନନ୍ଧୀ । ଶେଷରେ ସେ ସଫଳ ହୋଇ ତାମିଲନାଡୁର ପ୍ରାଣୀ ଚିକିତ୍ସା ଓ ବିଜ୍ଞାନ ସମ୍ମିଳନୀରେ ୧୮ଟି ପଦକ ସହ ଡିଗ୍ରୀ ହାସଲ କରିଛନ୍ତି । ଯାହା ତାଙ୍କ ମାତା ପିତାଙ୍କ ପାଇଁ ଗୌରବର ବିଷୟ ।