କନକ ବ୍ୟୁରୋ : ସାନ ଝିଅ ନାଁରେ ଅଭିଯୋଗ ଆଣିଲେ ବାପା । ନିଜ ମା’କୁ ମାରିଛି ସାନ ଝିଅ ବୋଲି ଅଭିଯୋଗରେ କହିଲେ ବାପା । ଏପରିକି ମା’, ବାପାଙ୍କୁ ଅଲଗା କରି ରଖୁଥିବା କଥା ମଧ୍ୟ ଅଭିଯୋଗରେ କହିଛନ୍ତି ସତ୍ୟ ନାରାୟଣ ଜିତବାବୁ । ତାଙ୍କ ପତ୍ନୀଙ୍କ ସହ ଦେଖା କରିବାକୁ ମଧ୍ୟ ଦେଉନଥିଲେ ତାଙ୍କ ସାନ ଝିଅ ସୁଜାତା ଜିତ୍ ବୋଲି କହିଛନ୍ତି ଅଭିଯୋଗକାରୀ ବାପା ସତ୍ୟନାରାୟଣ । ତାଙ୍କ ପତ୍ନୀ ମୃତ୍ୟୁ ଖବର ମଧ୍ୟ ଜଣାଇନଥିବା ମଧ୍ୟ କହିଛନ୍ତି ।

Advertisment

ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି କି ତାଙ୍କୁ ମାରି ଦିଆଯାଇଛି ବୋଲି କହିଛନ୍ତି । ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା ଏପରିକି ମଞ୍ଚେଶ୍ୱର ଥାନାରେ ପୂର୍ବତନ ଆଇଆଇସି ନାଁରେ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ଥାନା ଅଧିକାରୀ ତାଙ୍କୁ ନାଲି ଆଖି ଦେଖାଇଥିଲେ । ପତ୍ନୀଙ୍କ ମୃତ୍ୟୁ କେମିତି ହେଲା ଜାଣିବାକୁ ବ୍ୟବଚ୍ଛେଦ କରିବା ପାଇଁ କହିବାରୁ ଥାନା ଅଧିକାରୀ ମନା କଲେ । ସେହି ଅଧିକାରୀ ଜଣକ ଲାଞ୍ଚ ଖାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାର ତଦନ୍ତ ହୋଇ ମୋତେ ନ୍ୟାୟ ମିଳୁ ବୋଲି ସେ ଦାବି କରିଛନ୍ତି ।