ଆସନ୍ତା ୨୪ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି । ଦୁଇ ଦିନିଆ ଗସ୍ତରେ ସାଥିରେ ରହିବେ ଟ୍ରମ୍ପଙ୍କ ପୁରା ପରିବାର ।

466

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତରେ ତାଙ୍କ ସହିତ ଆସିବେ ପୁରା ପରିବାର । ପୂର୍ବରୁ କେବଳ ମେଲାନିଆ ଟ୍ରମ୍ପ ଆସୁଥିବା ଚର୍ଚ୍ଚା ହେଉଥିଲା । ହେଲେ ଆମେରିକା ରାଷ୍ଟ୍ରପତିଙ୍କ ସହିତ ଆସୁଥିବା ପ୍ରତିନିଧି ମଣ୍ଡଳୀରେ ଅଛନ୍ତି ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁସନର ।

ସୋମବାର ଭାରତରେ ପହଂଚିବେ ଆମେରିକା ରାଷ୍ଟ୍ରପତି । ପ୍ରଥମଥର ପାଇଁ ଭାରତ ଗସ୍ତରେ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପୁରା ପରିବାର ଆସୁଥିବା ସୂଚନା ମିଳିଛି । ପୂର୍ବରୁ କେବଳ ପତ୍ନୀ ତଥା ଆମେରିକା ଫାଷ୍ଟଲେଡି ମେଲାନିଆ ଟ୍ରମ୍ପ ଆସୁଥିବା ଚର୍ଚ୍ଚା ହେଉଥିଲା । ହେଲେ ଆମେରିକା ରାଷ୍ଟ୍ରପତିଙ୍କ ସହିତ ଆସୁଥିବା ପ୍ରତିନିଧି ମଣ୍ଡଳୀରେ ଅଛନ୍ତି ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁସନର । ଆମେରିକା ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଭାରତ ଗସ୍ତରେ ପୁରା ପରିବାର ମଧ୍ୟ ସାଙ୍ଗରେ ରହିବେ ବୋଲି ଜଣାପଡିଛି ।

ପୂର୍ବରୁ ୨୦୧୭ ନଭେମ୍ବରରେ ଭାରତ ଆସିଥିଲେ ଆମେରିକା ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା । ହାଇଦ୍ରାବାଦରେ ଗ୍ଲୋବାଲ ଏଂଟରପ୍ରେନୁଅର ସମିଟରେ ମୁଖ୍ୟ ଅତିଥୀ ଭାବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ଆମେରିକା ପ୍ରତିନିଧି ମଣ୍ଡଳୀର ପ୍ରତିନିଧିତ୍ୱ କରିଥିଲେ ଇଭାଙ୍କା ଟ୍ରମ୍ପ ।

ଇଭାଙ୍କା ଓ ଜେରେଡ । ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ-ଜ୍ୱାଇଁ । ଦୁହେଁ ଆମେରିକା ରାଷ୍ଟ୍ରପତିଙ୍କ ବରିଷ୍ଠ ପରାମର୍ଶଦାତା ଭାବେ କାମ କରୁଛନ୍ତି । ତେଣୁ ଟ୍ରମ୍ପଙ୍କ ସହ ଆସୁଥିବା ଆମେରିକା ପ୍ରତିନିଧି ମଣ୍ଡଳୀରେ ଦୁହେଁ ସାମିଲ ହୋଇଛନ୍ତି । ଉତର ଆମେରିକା ସହିତ ମୁକ୍ତ ବାଣିଜ୍ୟ କାରବାର ପାଇଁ କାନାଡା ଓ ମେକ୍ସିକୋକୁ ମନାଇବାରେ ଟ୍ରମ୍ପଙ୍କ ଜ୍ୱାଇଁ ଜେରେଡ କୁସନରଙ୍କ ପ୍ରମୁଖ ଭୂମିକା ରହିଥିଲା । ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ଜେରେଡ ଏକ ବିସ୍ତୃତ ରୁପରେଖ ପ୍ରସ୍ତୁତ କରିଥିଲେ ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ପ୍ରଥମଥର ଭାରତ ଆସୁଛନ୍ତି ଆମେରିକା ଫାଷ୍ଟ ଲେଡି । ହେଲେ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିସାରିଛନ୍ତି । ଗତବର୍ଷ ଜୁନରେ ମୋଦିଙ୍କ ହ୍ୱାଇଟ ହାଉସ ଗସ୍ତ ସମୟରେ ଭାରତୀୟ ପ୍ରତିନିଧିଙ୍କ ପାଇଁ ଏକ ଛୋଟିଆ ଭୋଜିର ଆୟୋଜନ କରିଥିଲେ ମେଲାନିଆ ।

ଆଗାମୀ ୨୪ ତାରିଖରେ ଅହମ୍ମଦାବାଦରେ ପହଂଚିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେଠାରୁ ମୋଟେରା ଷ୍ଟାଡିୟମ ଯାଇ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ସାମିଲ ହେବେ । ସଂଧ୍ୟାରେ ପରିବାର ସହିତ ଆଗ୍ରା ଯାଇ ତାଜମହଲ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ପରଦିନ ଦିଲ୍ଲୀରେ ହେବାକୁ ଥିବା ପ୍ରତିନିଧିସ୍ତରୀୟ ଆଲୋଚନାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମଧ୍ୟ ରହିବେ ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁସନର ।