କର୍ତ୍ତବ୍ୟ କରି ପ୍ରଶଂସା ସାଉଣ୍ଟିଲେ । କରୋନା ସଂକ୍ରମିତ ଶଶୁରଙ୍କୁ କାନ୍ଧରେ ବୋହି ମେଡିକାଲ ନେଲା ବୋହୂ ।

2,040

କନକ ବ୍ୟୁରୋ : ଭାରତୀୟ ସଂସ୍କୃତି ମୁତାବକ ଘରକୁ ଯେତେବେଳେ ନୂଆ ବୋହୂ ଆସିଥାଏ ସେତେବେଳେ ତା’ର ସଂପର୍କ କେବଳ ବିଭା ହୋଇଥିବା ସ୍ୱାମୀ ସହିତ ନୁହେଁ , ପୁରା ପରିବାର ସହିତ ତା’ର ସଂପର୍କ ଯୋଡି ହୋଇଯାଇଥାଏ । ହେଲେ ଆସାମର ରାହା ଭାଟିଗାଁରେ ଏହି ବୋହୂ ଓ ଶଶୁରର ସଂପର୍କ ଅନ୍ୟ ବୋହୂ ମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ  ।

ବୋହୂଟି ତା’ର କରୋନା ସଂକ୍ରମିତ ଶଶୁରଙ୍କୁ କାନ୍ଧରେ ବୋହି ନେଇ ମେଡିକାଲରେ ପହଂଚାଇଲା । କାରଣ କେମିତି ଶଶୁରଙ୍କର ଚିକିତ୍ସା ଠିକ୍ ସମୟରେ ହୋଇପାରିବ । କୁହାଯାଉଛି କି ୭୫ ବର୍ଷିୟ ଥୁଲେଶ୍ୱର ଦାସଙ୍କ ପୁଅ ସୁରଜ ସହରରେ ରହି ଚାକିରୀ କରୁଛି । ସ୍ୱାମୀଙ୍କ ଅନୁପସ୍ଥିତ ଯୋଗୁଁ ଶଶୁରଙ୍କର ଦେଖାଶୁଣା ବୋହୂ କରୁଛି ।

କିଛିଦିନ ହେବ ଥୁଲେଶ୍ୱର କରୋନା ସଂକ୍ରମିତ ହେବା ପରେ ଡାକ୍ତର ତାଙ୍କୁ ମେଡିକାଲରେ ଆଡମିଶନ ହେବାକୁ ପରାମର୍ଶ ଦେଲେ । ହସ୍ପିଟାଲ ଥୁଲେଶ୍ୱରଙ୍କ ଘର ଠାରୁ ଦୂରରେ ହୋଇଥିବାରୁ ବୋହୂ ଜଣଙ୍କ ତାଙ୍କୁ ମେଡିକାଲ ନେବାକୁ ସାଇ ପଡିଶା ଲୋକଙ୍କୁ କହିଲେ । କରୋନା ସଂକ୍ରମିତ ହୋଇଥିବାରୁ ତାଙ୍କୁ କେହି ନେବା ପାଇଁ ରାଜି ହେଲେ ନାହିଁ । ଶେଷରେ ବୋହୂ ନିହାରିକା ନିଜ କାନ୍ଧରେ ବସାଇ ଶଶୁରଙ୍କୁ ମେଡିକାଲରେ ପହଂଚାଇଲେ । ହେଲେ ଦୁଖର କଥା ଶଶୁରଙ୍କୁ କାନ୍ଧରେ ନେବା ପରେ ନିହାରିକା ବି କରୋନା ସଂକ୍ରମିତ ହୋଇଗଲେ ।

ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଥୁଲେଶ୍ୱରଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଲେ । ହେଲେ ନିହାରିକା ତାହା ମାନିବାକୁ ନାରାଜ । ସେ କହିଲେ ଯେ ଘର ପାଖର ଚିକିତ୍ସା ହେଲେ ସେ ତାଙ୍କ ଶଶୁରଙ୍କର ଦେଖାଶୁଣା କରିପାରିବେ । ଶେଷରେ ଡାକ୍ତର ବି ନିହାରିକାଙ୍କ ଜିଦ୍ ଆଗରେ ନଇଁଲେ । ଶେଷରେ ଶଶୁର ବୋହୂ ଦୁଇଜଣଙ୍କୁ ନଙ୍ଗାବ ଭୋଗେଶ୍ୱରୀ ଫୁକନାନୀ ସିଭିଲ ହସ୍ପିଟାଲକୁ ପଠାଇ ଦେଲେ । ଏବେ ଶଶୁର ଓ ବୋହୂ ଗୋଟିଏ ସ୍ଥାନରେ ରହି ଚିକିତ୍ସିତ ହେଉଛନ୍ତି ।