କନକ ବ୍ୟୁରୋ: ପଳାଶୁଣି ବୃଦ୍ଧଙ୍କୁ ନିର୍ଯାତନା ମାମଲାରେ ଆସିଛି ନୂଆ ମୋଡ । ଶୂଶୁର ନବଘନ ସେଠୀ ତାଙ୍କୁ ଅସଦାଚରଣ କରିଥିବା ଭିଳି ସଂଗୀନ ଅଭିଯୋଗ ଆଣିଛନ୍ତିି ବୋହୂ ଚିନ୍ମୟୀ ସେଠୀ । କେବଳ ତାଙ୍କୁ ନୁହେଁ ଭଡାଟିଆଙ୍କୁ ମଧ୍ୟ ନବଘନ ଏଭଳି ଅସଦାଚରଣ କରିଥିବାର ନଜିର ରହିଥିବା ସେ କହିଛନ୍ତି । ପୂର୍ବରୁ ପୂଅ ବୋହୂ ତାଙ୍କୁ ସମ୍ପତି ପାଇଁ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ନବଘନ ।
ବୃଦ୍ଧଙ୍କୁ ନିର୍ଯାତନା ମାମଲାରେ ନୂଆ ମୋଡ । ଶ୍ୱଶୁର ନାଁରେ ବୋହୂର ଅସଦାଚରଣ ଅଭିଯୋଗ । ଭୁବନେଶ୍ୱର ପଳାଶୁଣି ଅଂଚଳର ବୃଦ୍ଧଙ୍କୁ ପୁଅ ବୋହୂ ନିର୍ଯାତନା ଅଭିଯୋଗ ଆଣିବାର ଦିନକ ପରେ ଏହି ମାମଲାରେ ନୂଆ ମୋଡ ଆସିଛି । ଶ୍ୱଶୁର ଆଣିଥିବା ଅଭିଯୋଗକୁ ସଂପୂର୍ଣ୍ଣ ମିଛ କହିବା ସହ ଶ୍ୱଶୁର ନବଘନ ସେଠୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ବୋହୂ ଚିନ୍ମୟୀ । ଶ୍ୱଶୁର ତାଙ୍କୁ ଅସଦାଚରଣ କରିଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି । ଏପରକିକି ମାମଲା ଥାନାକୁ ଯାଇଥିଲା ବୋଲି ମଧ୍ୟ କହିଛନ୍ତି ଚିନ୍ମୟୀ ।
ଅନ୍ୟପଟେ ସମ୍ପତି ଭାଗବଂଟାକୁ ନେଇ ତାଙ୍କ ନଣନ୍ଦ ପୁରା ଘଟଣା ପଛରେ ଥିବା ଚିନ୍ମୟୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୁଅ- ବୋହୂ ଖାଇବା-ପିଇବାରେ କଟକଣା ଲଗାଇ, ପାଇଖାନା ଭିତରେ ଅପରାଧୀ ଭଳି ତାଙ୍କୁ ବନ୍ଦୀ କରି ରଖିଥିଲେ ବୋଲି ନବଘନ ଅଭିଯୋଗ କରିଛନ୍ତି । ତେବେ ନବଘନଙ୍କୁ ଘରେ ବନ୍ଦୀ କରି ରଖିବା ଜଣାପଡିବା ପରେ ଗୁରୁବାର ଦିନ ତାଙ୍କୁ କିଛି ପଡୋଶୀ ଓ ପୋଲିସ ଉଦ୍ଧାର କରିଥିଲେ । ଏହାପରେ ସେ ପୁଅ ବୋହୂ ନିର୍ଯାତନା ଦେଉଥିବାରୁ ତାଙ୍କ ପାଖରେ ନରହି ବୃଦ୍ଧାଶ୍ରମକୁ ଚାଲି ଯାଇଥିଲେ । ଆଉ ବାପା ପ୍ରତି ପୁଅର ଏଭଳି ଅମାନବୀୟତାକୁ ନେଇ ପ୍ରଶ୍ନ ଉଠିଥିଲା । ହେଲେ ଶ୍ୱଶୁରଙ୍କ ବିରୋଧରେ ବୋହୂ ଅଭିଯୋଗ ଆଣିବା ପରେ କିଏ କହୁଛି ସତ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।