କନକ ବ୍ୟୁରୋ : ପରିବାରରେ ପଞ୍ଚାୟତ ରାଜନୀତି । ଶାଶୁଙ୍କ ବିପକ୍ଷରେ ବୋହୂ ପ୍ରାର୍ଥୀ । ଶାଶୁ, ତୃତୀୟ ଥର ପାଇଁ ବାଜି ହାତେଇବା ଲାଗି ଲକ୍ଷ୍ୟ ରଖିଥିବା ବେଳେ ବିପୁଳ ପରିମାଣର ଭୋଟ୍ ବ୍ୟବଧାନରେ ବୋହୂ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏ ଲଢେଇ ଚାଲିଛି ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଆ ସାହି ପଞ୍ଚାୟତରେ ।
ସମିତି ସଭ୍ୟ ପ୍ରାର୍ଥୀ ଭାବେ ପଞ୍ଚାୟତ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି, ଶାଶୁ ହେମଲତା ପାତ୍ର ଓ ବୋହୂ- ସବିତା ପାତ୍ର । ଉଭୟ ବିଭିନ୍ନ ଗାଁରେ ପ୍ରଚାର କରୁଥିବା ବେଳେ ଭୋଟର ଅଡୁଆ ସ୍ଥିତିରେ ପଡିଯାଇଛନ୍ତି । ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ରହିବେ ଓ ନିଜ ପଞ୍ଚାୟତରେ ଥିବା ସମସ୍ୟାର ସମାଧାନ କରିବା ଦିଗରେ କାମ କରିବେ ବୋଲି ଶାଶୁ-ବୋହୂ ଦୁହେଁ କହୁଛନ୍ତି । ତେଣୁ ବଣିଆ ସାହି ପଞ୍ଚାୟତବାସୀ ସମିତି ସଭ୍ୟ ଭାବେ କାହାକୁ ବାଛିବେ ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/8-7.jpg)