କନକ ବ୍ୟୁରୋ: ଗାଁ ଦାଣ୍ଡରେ ଶାଶୂଙ୍କୁ ମାଡ଼ ମାରିଲେ ବୋହୂ । ବୋହୂ ଶାଶୂଙ୍କ ଚୁଟି ଘୋଷାଡ଼ିମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ ହେଉଛି । ଏନେଇ ଶାଶୂ ହେମଲତା ପରିଡ଼ା ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି । ସେପଟେ ନ୍ୟାୟ ନମିିଳିଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ଶାଶୂ ହେମଲତା ।
ସୂଚନା ଅନୁସାରେ ଯାଜପୁର ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ପଞ୍ଚାୟତାରେ ରହୁଥିବା ହେମଲତା ପରିଡ଼ାଙ୍କର ପାଞ୍ଚପୁଅ । ବଡ଼ ପୁଅ ଅନେକ ଦିନ ହେଲା ବାହାରେ ରହୁଥିବା ବେଳେ ଅନ୍ୟ ୪ପୁଅଙ୍କ ସହ ରୁହନ୍ତି ହେମଲତା । କିନ୍ତୁ ଅନେକ ସମୟରେ ବଡ଼ପୁଅ ଅକ୍ଷୟ ପରିଡ଼ା, ନାତି ଓ ବୋହୂ ହେମଲତାଙ୍କୁ ଜାଗାବାଡ଼ି ପାଇଁ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଫେବ୍ରୁଆରୀ ୨୫ ତାରିଖରେ ବଡ଼ ବୋହୂ ବିଜୁଳି ପରିଡ଼ା ଶାଶୂଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରିଥିଲେ । ଏବେ ମାଡ଼ମାରିବାର ଭିଡିଓ ଭାଇରାଲ ହେଉଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/vlcsnap-2023-03-02-18h38m30s441.jpg)