ବାପାକୁ ବଞ୍ଚାଇବାକୁ ଯାଇ ଦୁଇ ଝିଅ ନିଜ ଲିଭର ଏବଂ କିଡନୀ ଦାନ କରିଛନ୍ତି । ସୋମବାର ଦିନ ନୂଆ ଦିଲ୍ଲୀର ଆପୋଲ ହସ୍ପିଟାଲରେ ଡାକ୍ତର ମାନେ ୫୪ ବର୍ଷିୟ ବ୍ୟକ୍ତିଙ୍କ ଶରୀରରେ ତାଙ୍କ ବଡ ଝିଅର ଲିଭର ଏବଂ ସାନ ଝିଅର କିଡନୀକୁ ଟ୍ରାନ୍ସଫର କରି ତାଙ୍କୁ ଏକ ନୂଆ ଜୀବନ ଦାନ ଦେଇଛନ୍ତି । ରୋଗରେ ପିଡିତ ଥିବା ବ୍ୟକ୍ତି ଯିଏକି ଆସାମ ପୋଲିସର ଇନ୍ସପେକ୍ଟର ଦେବଭଜିତ ଦାସଙ୍କ ପରିବାର ତାର ସର୍ବଶ ହରାଇଛି । ମେଡିକାଲର ଖର୍ଚ୍ଚ ତୁଲାଇବାକୁ ଯାଇ ଏକ ମାତ୍ର ସାହାରା ଥିବା ବାସଘରକୁ ମଧ୍ୟ ବିକି ଦେଇଛନ୍ତି ପରିବାର ଲୋକେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଦାସଙ୍କ କିଡନୀ ଏବଂ ଲିଭର ଫେଲ ହେବା ପରେ ମାର୍ଚ୍ଚ ମାସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ପରିବାର ପାଖରେ ମେଡିକାଲର ଖର୍ଚ୍ଚ ଉଠାଇବା ପାଇଁ ଟଙ୍କା ନଥିବାରୁ ପରିବାର ଲୋକେ ନିଜର ଘର ବିକ୍ରି କରି ଦାସଙ୍କ ଚିକିତ୍ସା କରିବା ପାଇଁ ବାଧ୍ୟ ହୋଇଥିଲେ । ତେବେ ମେଡିକାଲର ଖର୍ଚ୍ଚ ଉଠାଇବା ପାଇଁ ସରକାରୀ ସହାୟତା ଲୋଡିଥିଲେ ପରିବାର ଲୋକେ କିନ୍ତୁ କେହି ହେଲେ ମଧ୍ୟ କର୍ଣ୍ଣପାତ କରିନଥିଲେ ଅସୁବିଧାରେ ପଡିଥିବା ଏହି ପରିବାରର ଗୁହାରି । ତେଣୁ ନିରାସ ହୋଇ ୩୫ ଲକ୍ଷ ଟଙ୍କାରେ ଘର ବିକ୍ରି କରିବାକୁ ନିଷ୍ପତି ନେଇଥିଲେ । କେବଳ ସେତିକି ନୁହେଁ ପରିବାରର ବଡ ଝିଅ କୃଷ୍ଣାକ୍ଷୀ ତାଙ୍କ ଲିଭରରୁ ୬୦ ପ୍ରତିଶତ ଅଂଶ ବାପାଙ୍କୁ ଦାନ କରିଥିବା ବେଳେ ସାନ ଝିଅ ପ୍ରେରଣା ବାପାଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜ କିଡନୀ ଦାନ କରିଦେଇଥିଲା । ତେବେ ଡାକ୍ତରଙ୍କ କହିବା ଅନୁସାରେ ଦୁଇଜଣ ଏବେ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ଥିବା ବେଳେ ଦାସଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି ।