ବାପା ସାଜିଲା ସଇତାନ, ବାପ-ଝିଅ ସମ୍ପର୍କରେ ଲାଗିଲା କଳଙ୍କ ! କନ୍ୟାଦାନ ବଦଳରେ ସାଙ୍ଗମାନଙ୍କ ସହ ମିଶି ନେଲା ଝିଅର ଇଜ୍ଜତ ।

38

ହଜିଯାଇଛି ରକ୍ତ ସମ୍ପର୍କ । ମରିଯାଇଛି ମାନବିକତା । ଉତ୍ତରପ୍ରଦେଶରେ ଉନ୍ନାଓ ଗଣଦୁଷ୍କର୍ମ ମାମଲା ଥଣ୍ଡା ପଡିନଥିବା ବେଳେ ଏବେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସୀତାପୁର ଠାରେ ବାପା ଓ ଝିଅ ମଧ୍ୟରେ ଥିବା ସମ୍ପର୍କରେ ଦାଗ ଲାଗିଛି । ଏଠାରେ ଜଣେ ଅବିବେକି ବାପା ନିଜ ଝିଅକୁ ସାଙ୍ଗମାନଙ୍କୁ ହସ୍ତାନ୍ତର କରିଛି । ସାଙ୍ଗମାନେ ଝିଅଟିକୁ ଗଣଦୁଷ୍କର୍ମ କରିବା ପରେ ଯେତେବେଳେ ତାକୁ ଘରେ ଛାଡି ଦେଇଥିଲେ ସେତେବେଳେ ଶଇତାନ ବାପା ମଧ୍ୟ ନିଜ ଝିଅକୁ ଦୁଷ୍କର୍ମ କରିବାକୁ ପଛାଇନଥିଲା ।

ସୂଚନା ଅନୁଯାୟୀ, ଗତ ରବିବାର ଦିନ ଜଣେ ୩୫ ବର୍ଷୀୟ ଯୁବତୀ ନିଜ ବାପାଙ୍କ ସହ କମାଲପୁର ଅଞ୍ଚଳରେ ଲାଗିଥିବା ମେଳା ବୁଲିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ଦୁଇଜଣ ଘରକୁ ଆସିଥିଲେ । ଆଉ ଏହା ପରେ ସମ୍ପୃକ୍ତ ବାପାର ଜଣେ ସାଙ୍ଗ ମାନ ସିଂହ ଘରକୁ ଆସିଥିଲା । ଅଭିଯୁକ୍ତ ବାପା ନିଜ ଝିଅକୁ ମାନ ସିଂହଙ୍କ ସହ ଯିବା ପାଇଁ କହିଥିଲା । ମାନ ସିଂହ ପୀଡିତା ଯୁବତୀଙ୍କୁ ନେଇ ନିଜର ଆଉ ଏକ ସାଙ୍ଗ ମେରାଜ ଘରେ ପହଞ୍ଚିଥିଲେ ।

 

ପୀଡିତା ମହିଳା ଜଣଙ୍କ କହିଛନ୍ତି ଯେ, ଅଭିଯୁକ୍ତ ମେରାଜଙ୍କ ଘରେ ତାଙ୍କ ବାପାଙ୍କ ସହ ମିଶି ତିନି ଜଣ ସାଙ୍ଗ ତାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି । ପୀଡିତାଙ୍କ ବାପାଙ୍କ ସାଙ୍ଗ ମାନଙ୍କ ନିକଟରେ ତାଙ୍କୁ ବନ୍ଧା ରଖାଯାଇଥିବା ପୀଡିତା ଜଣଙ୍କ କହିଛନ୍ତି । ଏହି ସମୟରେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ପରଦିନ ସନ୍ଧ୍ୟାରେ ପୀଡିତାଙ୍କୁ ତାଙ୍କ ଘରେ ଛାଡିଦେଇଥିଲେ । ଘରକୁ ଫେରିବା ପରେ ପୀଡିତା ଜଣକ ନିଜ ମାଙ୍କୁ ଏହି ଲୋମଟାଙ୍କୁରା କାହାଣୀ ଶୁଣାଇଥିଲେ । ଯାହା ଶୁଣିବା ପରେ ପୀଡିତାଙ୍କ ମାଙ୍କର ପାଦ ତଳୁ ମାଟି ଖସିଯାଇଥିଲା ।

ଏହା ପରେ ପୀଡିତାଙ୍କ ମା ଝିଅକୁ ନେଇ ସ୍ଥାନୀୟ ପୋଲିସ ଥାନାକୁ ଯାଇଥିଲେ । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସିର ଧାରା ୩୭୬ ଅନୁଯାୟୀ ମାମଲା ରୁଜୁ କରିଥିଲା । ଏବଂ ପୀଡିତାଙ୍କ ଡାକ୍ତରୀ ମାଇନା ନିମନ୍ତେ ତାଙ୍କୁ ହସ୍ପିଟାଲ ପଠାଯାଇଥିଲା । ଏହା ପରେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ମେରାଜକୁ ଗିରଫ କରିଛି । କିନ୍ତୁ ଅଭିଯୁକ୍ତ ବାପା ଏବଂ ମାନ ସିଂହ ଏବେବି ଫେରାର ଅଛନ୍ତି । ତେବେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଚଲାଇଛି ।

 

ତେବେ କିଛି ଦିନ ପୂର୍ବେ ଉନ୍ନାଓରେ ଜଣେ ପୀଡିତା ଅଭିଯୋଗ କରିଥିଲେ ଯେ, ବିଜେପି ବିଧାୟକ କୁଲଦୀପ ସେଙ୍ଗର ଓ ତାଙ୍କର କେତେଜଣ ସହଯୋଗୀ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଆଉ ଏହି ଘଟଣାର ନ୍ୟାୟ ପାଇଁ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ହେଲେ ସେଥିରୁ ସେ ନ୍ୟାୟ ପାଇନଥିଲେ । ଫଳରେ ପୀଡିତା ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ନିବାସ ଆଗରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏବେ ଏହି ମାମଲାର ତଦନ୍ତ ସିବିଆଇ କରୁଛି ।