କନକ ବ୍ୟୁରୋ: ମତଦାନ ଭିତରେ ଏକ ଦୁଃଖଦ ଖବର ସାମନାକୁ ଆସିଛି । ମା’ ଭୋଟ ଦେବାକୁ ଯାଇଥିବାବେଳେ ପାଣିରେ ବୁଡିଯାଇ ପ୍ରାଣ ହରାଇଲା କୁନି ଝିଅ । କେନ୍ଦ୍ରାପଡା ରାଜକନିକା ପ୍ରହରାଜପୁରରେ ଘଟିଛି ଏଭଳି ଅଘଟଣ ।
ସୂଚନା ମୁତାବକ, ପ୍ରହରାଜପୁର କାର୍ତ୍ତିକ ପ୍ରଧାନଙ୍କ ୫ ବର୍ଷର ଝିଅ ସରସ୍ୱତୀ ପ୍ରଧାନଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ଦିନ ୧୨ଟା ବେଳେ ମଞ୍ଜୁଲତା ପ୍ରଧାନ ଝିଅକୁ ଘରେ ଛାଡି ଭୋଟ ଦେବାକୁ ଯାଇଥିଲେ । ଭୋଟ ଦେଇ ଆସି ଘରେ ଖୋଜିଲା ବେଳକୁ ଝିଅକୁ ପାଇନଥିଲେ । ଦୀର୍ଘ ସମୟ ପରେ ଝିଅ ସରାସ୍ୱତୀ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ । ଉଦ୍ଧାର କରି ଝିଅକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ବି ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/1.jpg)