ଦତ୍ତାତ୍ରେୟ ହୋସବେଲେ ହେଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନୂଆ ସରଚାଳକ । ଦତ୍ତାତ୍ରେୟ ନେଲେ ଭେୟାଜୀଙ୍କ ସ୍ଥାନ

160

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତା’ର ନୂଆ ସରଚାଳକ ଚୟନ ନେଇ ମୋହର ଲଗାଇଛି । ଦତ୍ତାତ୍ରେୟ ହୋସବେଲେଙ୍କ ସଂଘ ନୂଆ ସରଚାଳକ ଭାବେ ନିଯୁକ୍ତି ଦେଇଛି । ପୂର୍ବରୁ ସରଚାଳକ ଥିବା ଭେୟାଜୀଙ୍କ ସ୍ଥାନରେ ତାଙ୍କୁ ଚୟନ କରିଛି ସଂଘ । ଭେୟାଜୀ ଜୋଷୀ ଦୀର୍ଘ ୧୨ ବର୍ଷ ହେବ ସଂଘର ସରଚାଳକ ଭାବେ ଦାୟିତ୍ୱ ତୁଲାଉଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ ନିଷ୍ପତ୍ତି ନିଆଯାଇ ଦତ୍ତାତ୍ରେୟଙ୍କ ଏହି ପଦରେ ନିଯୁକ୍ତି ମିଳିଛି ।

ନିର୍ବାଚନକୁ ନେଇ ସଂଘ ଇତିହାସରେ କେବେ ଭୋଟିଂ ହୋଇନାହିଁ । ଏଥର ବି ନିର୍ବିବାଦରେ ସରଚାଳକ ନିର୍ବାଚିତ ହୋଇଛନ୍ତି । ଓଁ ଧ୍ୱନୀମତରେ ଦତ୍ତାତ୍ରେୟ ନିର୍ବାଚିତ ହୋଇଛନ୍ତି ।

ଦତ୍ତାତ୍ରେୟ ହୋସବେଲେ କର୍ନାଟକର ଶିମୋଗା ଅଞ୍ଚଳର ବାସିନ୍ଦା । ସେ ୧୯୭୩ ମସିହାରେ ସଂଘ ପରିବାରରେ ଯୋଗ ଦେଇଥିଲେ । ସେ ବେଙ୍ଗାଲୁର ୟୁନିଭରସିଟିରୁ ଇଂଲିସରେ ଏମ.ଏ କରିଛନ୍ତି । ଏହା ପୂର୍ବରୁ ସେ କର୍ନାଟକ ଏବିଭିପିର ସାଂଗଠନିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହାସହ ସେ ୨୦୦୨-୦୩ ପର୍ଯ୍ୟନ୍ତ ସଂଘର ଅଖିଳ ଭାରତୀୟ ବୌଦ୍ଧିକ ପ୍ରମୁଖ ଭାବେ ଦାୟିତ୍ୱ ତୁଲାଇଥିଲେ ।

କହିରଖୁ କି କରୋନା ମହାମାରୀ ପାଇଁ ଏଥର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକ ବିଳମ୍ବରେ ଅନୁଷ୍ଠିତ ହୋଇଛି । ଏହି ବୈଠକକୁ ସାରା ଦେଶରୁ ୫୫୦ ଜଣ ପ୍ରତିନିଧିଙ୍କୁ ଆମନ୍ତ୍ରିତ କରାଯାଇଥିଲା ।