ପଞ୍ଚାୟତ ନିର୍ବାଚନ : ଜାଣନ୍ତୁ କେଉଁ ତାରିଖରେ କେତୋଟି ବ୍ଲକରେ ହେବ ନିର୍ବାଚନ ?

862

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୫ଟି ପର୍ଯ୍ୟାୟରେ ହେବ ଚଳିତ ପଞ୍ଚାୟତ ନିର୍ବାଚନ । ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ଆସନ୍ତା ଫେବ୍ରୁଆରୀ ୧୬, ୧୮, ୨୦, ୨୨, ୨୪ ତାରିଖରେ ନିର୍ବାଚନ ହେବ । ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହି ୨୫ ଜାନୁଆରୀ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।

ତେବେ ଜାଣନ୍ତୁ କେଉଁ ତାରିଖରେ କେତୋଟି ବ୍ଲକରେ ନିର୍ବାଚନ ହେବ ? ପ୍ରଥମ ପର୍ଯ୍ୟାୟ ୧୬ ଫେବ୍ରୁଆରୀରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ନିର୍ବାଚନ ହେବ । ୨୦୨ ଜିଲ୍ଲା ପରିଷଦ ଜୋନ୍, ୧୬୬୯ ଗ୍ରାମ ପଞ୍ଚାୟତ, ୨୨୩୭୯ଟି ବୁଥରେ ଭୋଟଗ୍ରହଣ, ୬୭୫୧୦୬୮ ଭୋଟର ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ୧୮ ଫେବ୍ରୁଆରୀରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ନିର୍ବାଚନ ହେବ । ଏଥିରେ ୧୪୬ ଜିଲ୍ଲା ପରିଷଦ ଜୋନ୍, ୧୫୧୪ ଗ୍ରାମ ପଞ୍ଚାୟତ, ୨୦୪୩୬ ବୁଥରେ ଭୋଟଗ୍ରହଣ ହେବ । ଏହି ଦିନ ୬୨୧୦୯୩୮ ଭୋଟର ମତଦାନ କରିବେ । ତୃତୀୟ ପର୍ଯ୍ୟାୟ ୨୦ ଫେବ୍ରୁଆରୀରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ନିର୍ବାଚନ ହେବ । ଏଥିରେ୧୭୧ଟି ଜିଲ୍ଲା ପରିଷଦ ଜୋନ, ୧୩୮୨ଟି ଗ୍ରାମପଞ୍ଚାୟତ,୧୮୪୯୫ ବୁଥରେ ଭୋଟଗ୍ରହଣ, ମୋଟ ୫୬୫୩୪୦୫ ଭୋଟର ରହିଛନ୍ତି ।

ସେହିଭଳି ଚତୁର୍ଥ ପର୍ଯ୍ୟାୟ ୨୨ ଫେବ୍ରୁଆରୀ ୨୭ଟି ଜିଲ୍ଲାର ୬୪ଟି ବ୍ଲକରେ ନିର୍ବାଚନ ହେବ । ଏଥିରେ ୧୬୩ଟି ଜିଲ୍ଲା ପରିଷଦ ଜୋନ, ୧୨୫୪ଟି ଗ୍ରାମ ପଞ୍ଚାୟତ, ୧୭୦୮୯ ବୁଥରେ ଭୋଟଗ୍ରହଣ, ୫୧୩୧୭୨୭ ଭୋଟର ରହିଛନ୍ତି । ପଞ୍ଚମ ପର୍ଯ୍ୟାୟ ୨୪ ଫେବ୍ରୁଆରୀ ୨୫ଟି ଜିଲ୍ଲାର ୪୮ଟି ବ୍ଲକରେ ନିର୍ବାଚନ ହେବ । ଏଥିରେ ୧୩୧ ଜିଲ୍ଲା ପରିଷଦ ଜୋନ୍, ୯୭୫ ଗ୍ରାମ ପଞ୍ଚାୟତ, ୧୩୫୧୪ ବୁଥରେ ଭୋଟଗ୍ରହଣ, ୪୧୮୮୩୮୨ ଭୋଟର ରହିଛନ୍ତି ।