ଆସନ୍ତା କାଲି ନିର୍ବାଚନ ତାରିଖ ଘୋଷଣା । ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣା ହେବା ନେଇ ନିର୍ବାଚନ କମିଶନଙ୍କ ସୂଚନା ।

536

କନକ ବ୍ୟୁରୋ: ଆସନ୍ତା କାଲି ହେବ ୨୦୨୪ ନିର୍ବାଚନ ପାଇଁ ତାରିଖ ଘୋଷଣା । ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣା ହେବ । ନିର୍ବାଚନ କମିଶନଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ ।

ଆସନ୍ତାକାଲି ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରି ଲୋକସଭା ନିର୍ବାଚନ ୨୦୨୪ ଓ କିଛି ରାଜ୍ୟ ବିଧାନସଭା ନିର୍ବାଚନ ର କାର୍ୟ୍ୟସୂଚୀ ଘୋଷଣା କରିବେ। ନିର୍ବାଚନ କମିଶନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ କରାଯିବ ।