ବଢ଼ିଲା ପାନକାର୍ଡକୁ ଆଧାରକାର୍ଡ ସହ ସଂଯୋଗର ଅବଧି ! ଆଉ ୬ ମାସ ସମୟ ସୀମା ବଢ଼ାଇଲେ ସରକାର ।

163

କନକ ବ୍ୟୁରୋ : ପାନ୍ କାର୍ଡ ସହ ଆଧାର ଲିଙ୍କ କରିଛନ୍ତି କି ? କାରଣ ମାର୍ଚ୍ଚ ୩୧ ତାରିଖ ଥିଲା, ପାନ୍ କାର୍ଡ ସହ ଆଧାର ସଂଯୋଗ କରିବାର ଶେଷ ତାରିଖ । ଏହି ସମୟ ମଧ୍ୟରେ ଆଧାର ସଂଯୋଗ ହୋଇନଥିଲେ ପାନ୍ କାର୍ଡ ଅକାମୀ ହୋଇଯିବ ବୋଲି କହିଥିଲା ଆୟକର ବିଭାଗ । ତେବେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ହାତରେ ଆହୁରି ୬ ମାସ ସମୟ ରହିଛି । ଅର୍ଥାତ୍ ଏହି ସଂଯୋଗୀକରଣ ପାଇଁ ଆଉ ୬ ମାସ ଅବଧି ବୃଦ୍ଧି କରାଯାଇଛି । ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଆପଣ ପାନ୍ କାର୍ଡ ସହ ଆଧାର ନମ୍ବର ଯୋଡି ପାରିବେ । ଷଷ୍ଠ ଥର ପାଇଁ ଏହି ଅବଧିକୁ ବୃଦ୍ଧି କରାଯାଇଛି ।