କନକ ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମେ’୧୦ରେ ନିର୍ବାଚନ ହେବାକୁ ଥିବା ବେଳେ ମେ’ ୧୩ରେ ଫଳାଫଳ ପ୍ରକାଶ ପାଇବ । ମେ’ ୧୩ରେ କର୍ଣ୍ଣାଟକ ବିଧାନସଭାର ଫଳାଫଳ ମଧ୍ୟ ଘୋଷଣା ହେବ ।

Advertisment

publive-imageସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପ-ନିର୍ବାଚନ ହେବ । ନବଙ୍କ ଦେହାନ୍ତ ପରେ ଝାରସୁଗୁଡା ଆସନ ଫାଙ୍କା ପଡିଛି । ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଝାରସୁଗୁଡା ଉପ-ନିର୍ବାଚନ ସବୁ ଦଳ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି ।

ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ
- ମେ’ ୧୦ରେ ଝାରସୁଗୁଡା ଉପ-ନିର୍ବାଚନ
- ମେ’ ୧୩ରେ ଭୋଟ ଗଣତି
- ଏପ୍ରିଲ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି
- ୨୦ ଏପ୍ରିଲ ନାମାଙ୍କନ ଦାଖଲର ଶେଷ ତାରିଖ
- ୨୧ ଏପ୍ରିଲରେ ନାମାଙ୍କନ ପତ୍ର ଯାଞ୍ଚ
- ୨୪ ଏପ୍ରିଲ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ