ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ । ଗୋଟିଏ କ୍ଲିକରେ ଜାଣନ୍ତୁ ବିଜ୍ଞପ୍ତି ଠାରୁ ଆରମ୍ଭ କରି ମତଦାନ ପର୍ଯ୍ୟନ୍ତ ପୂରା ତଥ୍ୟ ।

Advertisment
ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ । ଗୋଟିଏ କ୍ଲିକରେ ଜାଣନ୍ତୁ ବିଜ୍ଞପ୍ତି ଠାରୁ ଆରମ୍ଭ କରି ମତଦାନ ପର୍ଯ୍ୟନ୍ତ ପୂରା ତଥ୍ୟ ।

କନକ ବ୍ୟୁରୋ: ଆରମ୍ଭ ହେଲା ନିର୍ବାଚନୀ ମହାପର୍ବ  । ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ବିଭନ୍ନ ମହଲରେ ଦେଖାଦେଇଛି ତତ୍ପରତା । ମୁଖ୍ୟ ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ରାଜ୍ୟର ୨୧ଟି ଲୋକସଭା ଆସନ ଏବଂ ୧୪୭ ବିଧାନସଭା ନିର୍ବାଚନ ପାଇଁ ମୋଟ୍ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।

ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୧, ଏପ୍ରିଲ୍ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ, ଏପ୍ରିଲ୍ ୨୩ରେ ତୃତୀୟ ପର୍ଯ୍ୟାୟ ଏବଂ ଏପ୍ରିଲ୍ ୨୯ ତାରିଖରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ରାଜ୍ୟରେ ଏକ ସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଆୟୋଗ ହେବ । ଏହି ମର୍ମରେ ୪ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଛନ୍ତି  । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍ ୧୧ରେ ୪ଟି ଲୋକସଭା ନିର୍ବାଚନମଣ୍ଡଳୀ, ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ୍ ୧୮ରେ ୫ଟି ଲୋକସଭା ନିର୍ବାଚନମଣ୍ଡଳୀ, ତୃତୀୟ ପର୍ଯ୍ୟାୟ ଏପ୍ରିଲ୍ ୨୩ ତାରିଖରେ ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ୍ ୨୯ରେ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସାବ୍ୟସ୍ତ କରାଯିବ  ।

ସେପଟେ ପ୍ରଥମ ପର୍ଯ୍ୟାୟରେ ଚାରିଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ନିର୍ବାଚନ ପାଇଁ ମାର୍ଚ୍ଚ ୧୮ରେ ବଜ୍ଞପ୍ତି ପ୍ରକାଶ ପାଇବ। ଏଥିପାଇଁ ମାର୍ଚ୍ଚ ୨୫ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ  । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମାର୍ଚ୍ଚ ୧୯ରେ ବିଜ୍ଞପ୍ତି ପ୍ରକାଶ ପାଇବ। ପାଞ୍ଚଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଏପ୍ରିଲ ୧୮ରେ ମତଦାନ ହେବ। ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ମତଦାନ ପାଇଁ ମାର୍ଚ୍ଚ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ ଏବଂ ଏପ୍ରିଲ ୨ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe