ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ୫ଟି ପର୍ଯ୍ୟାୟରେ ୮୧ଟି ଆସନ ପାଇଁ ହେବ ମତଦାନ, ଡିସେମ୍ବର ୨୩ରେ ଆସିବ ଫଳାଫଳ

379

କନକ ବ୍ୟୁରୋ : ଝାଡଖଣ୍ଡ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ଆସନ୍ତା ନଭେମ୍ବର ୩୦ ତାରିଖ ଠାରୁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଆଜି ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ନଭେମ୍ବର ୩୦ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ , ଦ୍ବିତୀୟ ପର୍ଯ୍ୟାୟ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ଡିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟ ଡିସେମ୍ବର ୧୬ ଓ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ। ୨୩ ଡିସେମ୍ବରରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

ଚଳିତ ନିର୍ବାଚନର କାର୍ଯ୍ୟକାଳ ଆସନ୍ତା ୨୦୨୦ ଜାନୁୟାରୀ ୫ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ନୂତନ ବିଧାନସଭା ଗଠନ ପାଇଁ ସମସ୍ତ ପ୍ରକ୍ରିୟାକୁ ଶେଷ କରାଯିବ। ଝାଡ଼ଖଣ୍ଡ ବିଧାନମଭା ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେପରେ ଆଜିଠାରୁ ଝା‌ଡଖଣ୍ଡରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି।

Comments are closed.