୪ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ଦେଖନ୍ତୁ, କେଉଁଠି କେବେ ହେବ ନିର୍ବାଚନ?

Advertisment
୪ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ଦେଖନ୍ତୁ, କେଉଁଠି କେବେ ହେବ ନିର୍ବାଚନ?

କନକ ବ୍ୟୁରୋ: ଓଡିଶା ସହିତ ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନର । ଆନ୍ଧ୍ରପ୍ରଦେଶରେ ମେ ୧୩ ତାରିଖରେ ଭୋଟ୍ ପଡିବାକୁ ଥିବାବେଳେ, ଅରୁଣାଚଳପ୍ରଦେଶରେ ଏପ୍ରିଲ ୧୯ରେ ଭୋଟ୍ ପଡିବ । ସେହିପରି ସିକ୍କିମରେ ଏପ୍ରିଲ ୧୯ ତାରିଖ ଏବଂ ଓଡିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍ ପଡିବ । ସମସ୍ତ ନିର୍ବାଚନର ଫଳାଫଳ ଜୁନ୍ ୪ତାରିଖରେ ପ୍ରକାଶ ପାଇବ ।

ଆନ୍ଧ୍ରପ୍ରଦେଶରେ କେବେ ହେବ ନିର୍ବାଚନ?

ଅରୁଣାଚଳ ପ୍ରଦେଶରେ କେବେ ହେବ ନିର୍ବାଚନ?

ସିକ୍କିମରେ କେବେ ହେବ ନିର୍ବାଚନ?

ଓଡିଶାରେ କେବେ ହେବ ନିର୍ବାଚନ?

ନିର୍ବାଚନରେ ହିଂସାର ସ୍ଥାନ ନାହିଁ

ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି ଯେ, ନିର୍ବାଚନ କମିସନ ପାଖରେ ୪ଟି ମୁଖ୍ୟ ପ୍ରତିଦ୍ୱନ୍ଦୀ ରହିଛି । ବାହୁବଳର ପ୍ରୟୋଗ, ଧନବଳ, ମିଛ ଖବର ଏବଂ ଏମସିସିର ଉଲ୍ଲଙ୍ଘନ । ଆମେ ହିଂସାମୁକ୍ତ ନିର୍ବାଚନ କରିବାକୁ ଚାହୁଁଛୁ । ନିର୍ବାଚନ ସମୟରେ କୌଣସି ପ୍ରକାର ହିଂସା, ହତ୍ୟାକୁ ବରଦାସ୍ତ କରାଯିବ ନାହିଁ । ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କୁ ଖବରକାଗଜରେ ସୂଚନା ଦେବାକୁ ପଡିବ । ରାଜନୈତିକ ଦଳ ମଧ୍ୟ ଅପରାଧିକ ପୃଷ୍ଠଭୂମି ଥିବା ପାର୍ଥୀଙ୍କୁ ଟିକେଟ୍ ଦେଉଥିବା ବିଷୟରେ ସୂଚନା ଦେବାକୁ ପଡିବ । ନିୟମ ଭାଙ୍ଗିଲେ ପ୍ରାର୍ଥୀ ଏବଂ ରାଜନୈତିକ ଦଳମାନଙ୍କ ଉପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନର ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe