ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ଜାନୁଆରୀ ୧୦ ରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକାଶ କରିଛି ବିଜ୍ଞପ୍ତି

1,291

କନକ ବ୍ୟୁରୋ : ଚଳିତ ମାସ ୮ ତାରିଖରୁ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବାର ନିଷ୍ପତ୍ତି ନେଇଛନ୍ତି । ଶିକ୍ଷାନୁଷ୍ଠାନ ଖୋଲିବାର ମାତ୍ର ୨ ଦିନ ଅର୍ଥାତ ଜାନୁଆରୀ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ପାଇଁ ପରୀକ୍ଷା ଦେୟ ଓ ଫର୍ମପୂରଣ ଦେୟ ଆଦାୟ ହେବ (ରେଗୁଲାର ଓ ଏକ୍ସ-ରେଗୁଲାର) । ଏନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ଗେଜେଟ୍ ନୋଟିଫିକେସନ ବାହାର କରାଯାଇଛି ।

ସୂଚନା ମୁତାବକ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ଜାନୁଆରୀ ୧୦ ତାରିଖରୁ ସେମାନେ ପଢୁଥିବା ବିଦ୍ୟଳୟରେ ପିସ୍ ପୈଠ କରିବେ । ଅନ୍ୟପଟେ କରସପେଣ୍ଡେଣ୍ଟ କୋର୍ସର ରେଗୁଲା ଓ ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ମାନେ ଆଞ୍ଚଳିକ କାର୍ଯ୍ୟାଳୟର ଉପସଂପାଦକଙ୍କ ମାଧ୍ୟମରେ ଦେୟ ପୈଠ କରିବା ସହ ଫର୍ମ ପୁରଣ କରିପାରିବେ । ଅନ୍ୟପଟେ ଦେୟ ପୈଠ କରିବା ନେଇ ନିଦ୍ଧିଷ୍ଟ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ମାଧ୍ୟମିକ ଶିକ୍ଷାପରିଷଦ ।

ସୂଚନା ମୁତାବକ ଏହା ୧୦/୦୧/୨୦୧ ଦିନ ଆରମ୍ଭ ହେବ । ବିନା ଜରିମାନା ସହ ପିସ୍ ଦାଖଲ କରିବାର ଶେଷ ତାରିଖ ୨୭ ଜାନୁଆରୀ ୨୦୨୧ ରିଖ ରାତ୍ର ୧୧.୪୫ ପର୍ଯ୍ୟନ୍ତ ରଖାଯାଇଥିବା ବେଳେ ଫର୍ମ ଦାଖଲ କରିବାର ଶେଷ ତାରିଖକୁ ୨୮ ତାରିଖ ମଧ୍ୟରାତ୍ର ଯାଏଁ ରଖଶ ଯାଇଛି । ଏହାସହ ଜରିମାନା ସହ ଫିସ୍ ଦାଖଲ କରିବାର ଶେଷ ତାରିଖ ୦୧.୦୨.୨୦୨୧ ରାତ୍ୟ ୧୧.୪୫ ପର୍ଯ୍ୟନ୍ତ ରହିଛି । ସେହିଭଳି ଜରିମାନା ସହ ଫର୍ମ ଦାଖଲ କରିବାର ଶେଷ ତାରିଖ ୦୨.୦୨.୨୦୨୧ ମଧ୍ୟରାତ୍ୟ ଯାଏ ରଖା ଯାଇଛି । ଫର୍ମ ପୁରଣ ନିମନ୍ତେ ଅନ୍ ଲାଇନ୍ ଲିଙ୍କ, ସବିଶେଷ ନିର୍ଦ୍ଦେଶାବଳୀ ଏବଂ ସ୍ତର ପରେ www.bseodisha.ac.in website ମାଧ୍ୟମରେ ଉପରୋକ୍ତ ସମୟ ମଧ୍ୟରେ ଅନବରତ ଉପଲବ୍ଧ ହେବ ।