କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । ସେପ୍ଟେ୍ମ୍ବର ୩୦ରେ ପିପିଲି ଉପ-ନିର୍ବାଚନ ପାଇଁ ପଡିବ ଭୋଟ । ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ଉପ-ନିର୍ବାଚନ ପାଇଁ ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୧୩ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୧୪ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ସେହିଭଳି ୧୬ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।
ଏହାପୂର୍ବରୁ ପିପିଲି ଉପ-ନିର୍ବାଚନ ଦୁଇ ଦୁଇଥର ସ୍ଥଗିତ ହୋଇଛି । ଉପ-ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖ ଘୁଞ୍ଚାଯାଇଥିଲା । ପରେ କରୋନାର ଦ୍ୱିତୀୟ ଲହରର ପ୍ରକୋପକୁ ଦୃଷ୍ଟିରେ ରଖି ନିର୍ବାଚନକୁ ସାମୟିକ ଭାବେ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ-ନିର୍ବାଚନ ହେଉଛି । ପୂର୍ବରୁ ବିଜେଡି ପକ୍ଷରୁ ପ୍ରଦୀପଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଆଶ୍ରିତ ପଟ୍ଟନାୟକ । ସେହିଭଳି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଦେହାନ୍ତ ପରେ ଦଳ ଏଠାରେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପ୍ରାର୍ଥୀ କରିଥିଲା । ତେବେ ପିପିଲି ବାଜି କିଏ ଜିତିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।
ପିପିଲି ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ, ସେପ୍ଟେମ୍ବର ୩୦ରେ ପଡିବ ଭୋଟ ।
/kanak/media/post_attachments/wp-content/uploads/2021/09/34-2.jpg)