ବର୍ତ୍ତି ପାରିବେନି ବଳାତ୍କାରୀ ! ଦୁଷ୍କର୍ମକାରୀଙ୍କ ତାଲିକା ପ୍ରସ୍ତୁତ କଲେ ସରକାର , ଗୋଟିଏ କ୍ଲିକରେ ଅପରାଧୀଙ୍କ ପୂରା ତଥ୍ୟ ଜାଣିପାରିବେ ସାଧାରଣ ଲୋକେ

35

ମହିଳାଙ୍କ ଉପରେ ବଢୁଥିବା ଅପରାଧକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବହ ପଦକ୍ଷେପ ନେବାକୁ ଯାଉଛନ୍ତି । ଆଉ ଏହି ପଦକ୍ଷେପ ଅନୁଯାୟୀ, ଗୃହ ମନ୍ତ୍ରାଳୟ ଗୁରବାର ଦୁଷ୍କର୍ମ କରିଥିବା ଅପରାଧୀମାନଙ୍କର ଏକ ଡାଟାବେସ ଲଞ୍ଚ କରିବାକୁ ଯାଉଛନ୍ତି । ଭାରତ ଏଭଳି କରିବାରେ ଦୁନିଆର ନବମ ଦେଶ ପାଲଟଯିବ । ଏହି ଡାଟାବେସରେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ନାମ, ଫଟୋ, ଠିକଣା, ଫିଙ୍ଗରପ୍ରିଣ୍ଟ, ଡିଏନଏ ସାମ୍ପଲ, ପ୍ୟାନ ନମ୍ବର ଓ ଆଧାର ନମ୍ବରର ସମସ୍ତ ତଥ୍ୟ ଉଲ୍ଲେଖ ରହିବ ।

ରିପୋର୍ଟ ଅନୁଯାୟୀ, ଏହି ଡାଟାବେସରେ ପାଖାପାଖି ୪.୫ ଲକ୍ଷରୁ ଅଧିକ ମାମଲାର ବିସ୍ତୃତ ତଥ୍ୟ ରହିବ । ଏହି ଡାଟାବେସ ଗୁଡିକ ଦେଶର ବିଭିନ୍ନ ଜେଲର ରେଜିଷ୍ଟରରୁ ପ୍ରସ୍ତୁତ କରାଯିବ । ଏହି ଡାଟାବେସରେ ଦୁଷ୍କମକାରୀଙ୍କ ଅପରାଧୀକ ରେକର୍ଡକୁ ଆଧାର କରି ଏହାର ବର୍ଗୀକରଣ ମଧ୍ୟ କରାଯିବ । ଜଣେ ସରକାରୀ ଅଧିକାରୀଙ୍କ ମୁତାବିକ ଏହି ଡାଟାବେସ ପ୍ରସ୍ତୁତ କରିବାର ଦାୟିତ୍ୱ ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋକୁ ଦିଆଯାଇଛି ।

ଏହି ଡାଟାବେସରେ ଅପରାଧୀମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ସବୁଠୁ କମ ମାରାତ୍ମକ ଅପରାଧୀ (ଲୋ ଡେଞ୍ଜର) ଅପରାଧୀ ମାନଙ୍କର ତଥ୍ୟ ୧୫ ବର୍ଷ, କମ ଖତରନାକ ଅପରାଧୀ ମାନଙ୍କର ତଥ୍ୟ ୨୫ ବର୍ଷ ଓ ଗମ୍ଭୀର ଅପରାଧ ଘଟାଇଥିବା ଅପରାଧୀ ମାନଙ୍କର ତଥ୍ୟ ଶେଷ ପର୍ଯ୍ୟନ୍ତ ରଖାଯିବ ବୋଲି ସୂଚନା ମିଳିଛି । ଏହାଛଡା ଏହି ଡାଟାବେସରେ ଗିରଫ ହୋଇଥିବା ଓ ଚାର୍ଜସିଟରେ ଅଭିଯୁକ୍ତ ଥିବା ଲୋକମାନଙ୍କର ମଧ୍ୟ ତଥ୍ୟ ଉପଲବ୍ଧ ରହିବ । ତେବେ ଏହି ତଥ୍ୟ କିଛି ବରିଷ୍ଠ ଅଫିସରଙ୍କ ପାଇଁ ଉପଲବ୍ଧ ରହିବ । ସେହିଭଳି ସୁଧାର ଗୃହରେ ଥିବା ନାବାଳକ ଅଭିଯୁକ୍ତଙ୍କୁ ମଧ୍ୟ ଏହି ତାଲିକାରେ ପରବର୍ତ୍ତୀ ସମୟରେ ସାମିଲ କରାଯିବ ।

ଏନସିଆରବି ତଥ୍ୟ ମୁତାବିକ ୨୦୧୬ରେ ୩୮,୯୪୭ଟି ବଳତ୍କାର ମାମଲା ରୁଜୁ ହୋଇଥିବା ବେଳେ ୨୦୧୫ରେ ଏହାର ସଂଖ୍ୟା ୩୪,୬୫୧ଟି ଥିଲା । ତେଣୁ ଦେଖିବାକୁ ଗଲେ ପ୍ରତିବର୍ଷ ମହିଳାଙ୍କ ଉପରେ ହେଉଥିବା ଅପରାଧ ସଂଖ୍ୟା ବଢି ବଢି ଚାଲିଛି । ଏସବୁ ଭିତରେ ଏପ୍ରିଲ ମାସରେ ଜମ୍ମୁ-କାଶ୍କୀରର କଠୁଆରେ ୮ ବର୍ଷର ଝିଅ ଆସିଫା ସହ ଗଣବଳତ୍କାର ଓ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ପୂରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ତେଣୁ ଏଭଳି ଘଟଣାକୁ ରୋକିବାକୁ କେନ୍ଦ୍ର ସରକାର ଏହି ଡାଟାବେସ ପ୍ରସ୍ତୁତ କରୁଛନ୍ତି ।ଯାହାଦ୍ୱାରା ଗୋଟିଏ କ୍ଲିକରେ ସାଧାରଣ ଲୋକ ଦୁଷ୍କର୍ମକାରୀଙ୍କ ବିଷୟରେ ସମସ୍ତ ତଥ୍ୟ ଜାଣିବା ସହ ଏମାନଙ୍କ ଠାରୁ ସର୍ତକ ମଧ୍ୟ ରହିପାରିବେ ।