କନକ ବ୍ୟୁରୋ: ଟ୍ୱିଟରରେ ପୁଣି ଥରେ ଚୋରି ହେଲା ଡାଟା । ହ୍ୟାକର୍ସ ୪୦କୋଟି ୟୁଜର୍ସଙ୍କ ଡାଟା ଚୋରି କରିଥିବା ଜଣାପଡିଛି । ଚୋରି କରାଯିବା ସହ ଏହାକୁ ଡାର୍କ ୱେବରେ ହ୍ୟାକର ବିକ୍ରି କରୁଥିବା ଜଣାପଡିଛି । ଏହା ପୂର୍ବରୁ ୫୪ଲକ୍ଷ ଲୋକଙ୍କ ଡାଟା ଚୋରି ହୋଇଥିଲା । ୨ୟ ଥର ପାଇଁ ଏତେମାତ୍ରାରେ ଡାଟା ଚୋରି ଘଟଣା ଏଣିକି ଟ୍ୱିଟର ପାଇଁ ସମସ୍ୟା ଆଣିପାରେ ।
ୟୁଜର୍ସଙ୍କୁ କମ୍ପାନୀ ଫାଇନ ଦେବାକୁ ପଡିପାରେ । ସବୁଠୁ ଚିନ୍ତାର କଥା ହେଉଛି ଟ୍ୱିଟର ମାଲିକ ଏଲନ ମସ୍କ, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହ ଅନେକ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ ଟ୍ୱିଟରରୁ ଡାଟା ଚୋରି ରହିଛି । ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ମଧ୍ୟ ହ୍ୟାକର୍ସ ଟାର୍ଗେଟ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/trump-russia-probe-deleted-tweets_c7353c24-c616-11e7-a37e-1053cac6ca52.jpg)