କନକ ବ୍ୟୁରୋ: ଦିନକୁ ଦିନ ଓଡିଶାରେ ସାଇବର ଫ୍ରଡ୍ ବଢିଚାଲିଛି, ଅନେକ ଲୋକଙ୍କ ଡାଟାର ଅପବ୍ୟବହାର ବଢ଼ିବାରେ ଲାଗିଛି । ତେବେ ଏଥିରେ ବିରାମ ଲାଗିବ । ଏଣିକି ସହଜରେ ଡାଟା ଚୋରି କରିପାରିବେନି ସାଇବର ଠକ । ଡାଟା ଚୋରି କଲେ ବି କାମରେ ଲାଗିବ ନାହିଁ । ଭୁବନେଶ୍ରରେ ଆରମ୍ଭ ହୋଇଛି ଡାଟା ସେଫଗାର୍ଡର ନୂତନ ଆର ଆଣ୍ଡ ଡି କେନ୍ଦ୍ର । ଯାହା ଏଆଇ ଚାଳିତ ଡାଟା ପ୍ରାଇଭେସି କମ୍ପ୍ଲିଆନ୍ସ ଓ ସିନଥେଟିକ ଫ୍ରଡ୍ ରୋକିବାରେ କାର୍ଯ୍ୟ କରିବ । ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ।
ଭୁବନେଶର ହୋଇଥିବା ଡାଟା ସେଫ୍ଗାର୍ଡ କେନ୍ଦ୍ର ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି କରିବା ସହ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏଆଇ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଏହି କେନ୍ଦ୍ର ୨୪ ଘଂଟିଆ କାର୍ଯ୍ୟ କରିବ । ଡାଟା ଚୋରି ଉପରେ ନଜର ରଖିବା ସହ ଏହି ସମସ୍ୟାର ସମାଧାନ ଦିଗରେ କାମ କରିବ । ଆମେରିକା ସହ ଭାରତର ଦିଲ୍ଲୀ ଓ ବାଙ୍ଗାଲୋର ପରେ ଓଡିଶାରେ ସଂସ୍ଥାର ଏହି ପ୍ରୟାସକୁ ସ୍ୱାଗତ କରାଯାଇଛି । ପ୍ରାୟ ୧ ହଜାର ଓଡିଆ ଯୁବକ ଯୁବତୀଙ୍କୁ ଏଥିରେ ନିଯୁକ୍ତି ସୁଯୋଗ ମିଳିବ ବୋଲି ଡାଟା ସେଫଗାର୍ଡ ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/aadad.jpg)