ନିୟମିତ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର । ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

840

କନକ ବ୍ୟୁରୋ : ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ବଡ ଖବର । ଏଣିକି ନିୟମିତ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟ ସରକାରଙ୍କ ୪ଟି ବିଭାଗରେ ଆଉଟସୋର୍ସିଂରେ କାମ କରୁଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ।

ଲୋକାଲ ଫଣ୍ଡ ଅଡିଟ, ସବ୍-ରେଜିଷ୍ଟ୍ରି ଅଫିସ, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ ମାସ ମଧ୍ୟରେ ନିୟମିତ କରିବା ସହ ସମସ୍ତ ସୁବିଧା ଦେବାକୁ ନିର୍ଦ୍ଦେଶ । ଏହାବାଦ୍ ଠିକା କର୍ମଚାରୀଙ୍କୁ ନିୟମିତ ନେଇ ଥିବା ଗାଇଡଲାଇନରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ଏହାଦ୍ୱାରା ପାଖାପାଖି ୧୫ ଶହରୁ ଅଧିକ ଠିକା କର୍ମଚାରୀ ଉପକୃତ ହେବେ । ପୂର୍ବରୁ ଅନେକ ସମୟରେ ଠିକା କର୍ମଚାରୀ ମାନେ ନିଯୁକ୍ତିକୁ ନିୟମିତ କରିବାକୁ ବାରମ୍ବାର ରାସ୍ତାକୁ ଓହ୍ଲାଇଛନ୍ତି । ଆଉ ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏବେ ନିୟମିତ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର ।