ଶିକୁଳିରେ ବନ୍ଧା ପଡିଛି ଜୀବନ । ଅର୍ଥ ଅଭାବରୁ ମାନସିକ ବିକାଗ୍ରସ୍ତ ପୁଅର ଚିକିତ୍ସା କରାଇ ପାରୁନି ଗରିବ ପରିବାର ।

୧୦ ବର୍ଷ ହେଲା କୁସୁମିର ଦଶରଥ ପିଙ୍ଗୁଆଙ୍କୁ ଦୌଡିରେ ବାନ୍ଧି ରଖିଛନ୍ତି ବାପା-ମାଆ

126

କନକ ବ୍ୟୁରୋ: ଶିକୁଳିରେ ବନ୍ଧା ଜୀବନ । ଗରିବର ଚାବୁକ ମାଡ ଓ ଅଭିଶପ୍ତ ଭାଗ୍ୟକୁ ଆଦରି ଜିଉଛନ୍ତି ଜୀବନ । ଏଭଳି ଏକ ଖବର ଆସିଛି ମୟୂରଭଂଜ ଜିଲ୍ଲା କୁସୁମି ବ୍ଲକ୍ ପଣ୍ଡୁଗଣ୍ଡି ଗାଁରୁ । ପୁଅକୁ ନେଇ ବାପା-ମାଆ ଦେଖିଥିବା ସ୍ୱପ୍ନ, ଆଶା ଓ ଅଭିଳାଶା ସବୁ ଦୌଡିରେ ବନ୍ଧା ହୋଇଛି । ଆର୍ଥିକ ଅଭାବରୁ ମାନସିକ ବିକାରଗ୍ରସ୍ତ ପୁଅର ହୋଇ ପାରୁନି ଚିକିତ୍ସା । ଦୀର୍ଘ ୧୦ ବର୍ଷ ହେଲା ପୁଅକୁ ଶିକୁଳି ବାନ୍ଧି ଘରେ ରଖିଛନ୍ତି ବାପା-ମାଆ । ଏମିତି ଯନ୍ତ୍ରାଣ ଦାୟକ ଜୀବନ ଜିଉଁଛନ୍ତି, ମୟୂରଭଂଜ ଜିଲ୍ଲା କୁସୁମି ବ୍ଲକ୍ ପଣ୍ଡୁଗଣ୍ଡି ଗାଁର ଠାକୁର ସିଂ ପିଙ୍ଗୁଆଙ୍କ ବଡପୁଅ ଦଶରଥ ପିଙ୍ଗୁଆ ।

ଦଶରଥ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ୍ ରୋଗାକ୍ରାନ୍ତ ହୋଇ ମାନସିକ ସନ୍ତୁଳନ ହରାଇ ବସିଲେ । ଗରିବ ପରିବାର ଏଇ ଝାଟିମାଟିର ଘରେ ରହୁଥିବା ବେଳେ ପୁଅର ଚିକିତ୍ସା କରାଇ ପାରିଲେ ନାହିଁ । ଦିନକୁ ଦିନ ଦଶରଥଙ୍କ ସ୍ଥାସ୍ଥ୍ୟବସ୍ଥା ବିଗିଡିବା ସହ ସେ ଅନ୍ୟଙ୍କୁ ଆକ୍ରମଣ କଲା, ଶେଷରେ କିଛି ଉପାୟ ନପାଇ ବାଧ୍ୟ ହୋଇ ପରିବାର ଲୋକ ପୁଅକୁ ବାନ୍ଧି ରଖିଛନ୍ତି । ଦଶରଥଙ୍କ ସାନ ଭାଇ, କୁଶନ ପିଙ୍ଗୁଆ ମଧ୍ୟ ଜନ୍ମରୁ ଦିବ୍ୟାଙ୍ଗ । ସେ ଶୁଣି ପାରନ୍ତି ନାହିଁ କି କଥା କହି ପାରନ୍ତି ନାହିଁ । ଏଭଳି ସ୍ଥିତିରେ ଦୁଇ ପୁଅଙ୍କୁ ଭଙ୍ଗା ଘରେ ରଖି ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ରହୁଛନ୍ତି ଠାକୁର ସୁଂ ପିଙ୍ଗୁଆ ଓ ତାଙ୍କ ସ୍ତ୍ରୀ ।