ଆଜି ବଡଦାଣ୍ଡରେ ଅସମ୍ଭାଳ ଭିଡ ; ଚିତାଲାଗି ଅମାବାସ୍ୟାରେ ସ୍ୱତନ୍ତ୍ର ନୀତି ଲାଗି ଦିନ ୨ଟା ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ ଦର୍ଶନ

ଆଜି ବଡଦାଣ୍ଡରେ ଅସମ୍ଭାଳ ଭିଡ ; ଚିତାଲାଗି ଅମାବାସ୍ୟାରେ ସ୍ୱତନ୍ତ୍ର ନୀତି ଲାଗି ଦିନ ୨ଟା ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ ଦର୍ଶନ

କନକ ବ୍ୟୁରୋ: ଆଜି ଚିତାଲାଗି ଅମାବାସ୍ୟା ତିଥିରେ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଗହଳି । ଚିତାଲାଗି ଅମାବାସ୍ୟାାରେ ସ୍ୱତନ୍ତ୍ର ନୀତିକାନ୍ତି ଥିବାରୁ ଏହି ସମୟରେ ସର୍ବସାଧାରଣ ବନ୍ଦ ରହିବ ।

ଆଜି ମହାପ୍ରଭୁଙ୍କ ମସ୍ତକରେ ଝଟକିବ ରତ୍ନ ଖଚିବ ସୁବର୍ଣ୍ଣ ଚିତା । ନିଳାଦ୍ରୀ ବିଜେ ପରେ ଆଜି ରହିଛି ମହାପ୍ରଭୁଙ୍କର ଦୁଇଟି ବିଶେଷ ନିତି। ଅମାବାସ୍ୟା ତିଥି ହୋଇଥିବାରୁ ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି ସହିତ ରହିଛି ମହାପ୍ରଭୁଙ୍କ ଚିତ୍ତାଲାଗି ନିତି। ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତି ମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ଦୁର୍ମୁଲ୍ୟ ରତ୍ନ ଚିତାକୁ ପୁଣି ଥରେ ଲଗାଇବେ । ହୀରା, ଲୀଳା ଓ ମଣି ମାଣିକ୍ୟରେ ଏହି ଚିତାକୁ ଶ୍ରୀମସ୍ତକରେ ଲାଗି କରିବା ପାଇଁ ଓସ୍ୱ ସାଙ୍ଗରେ ଶ୍ରୀପଟ-ଶ୍ରୀପଟି ମାଧ୍ୟମରେ ଲାଗି କରାଯାଇଥାଏ ବୋଲି ପୌରାଣିକ ତଥ୍ୟ ରହିଛି । ଶ୍ରୀଜିଉମାନଙ୍କର ଚିତାଲାଗି ପରେ ସେହି ବେଶ ଦେଖିବାକୁ ଅନେକ ଭକ୍ତ ଚିତାଲାଗି ତିଥିରେ ଶ୍ରୀମନ୍ଦିର ଆସିଥାନ୍ତି । ତେବେ ଏହି ନୀତି ପାଇଁ ଆଜି ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe